ପ୍ରଦୀପ କୁମାର ଜିଲିକାରା
ଜନନୀ ଗୋ ସ୍ନେହମୟୀ ପ୍ରେମମୟୀ
କେଉଁ ପୁଣ୍ଯ ଫଳରେ ତୋ କୋଳେ ମୁହିଁ।
ତୋହ କରୁଣା ଝରଣା ଯାଏ ଝରି
ଅତି ତାପେ କେବେ ହେଁ ନଯାଏ ସରି।
ତୋର କୋଳେ ଥିଲେ କା’ରେ ନାହିଁ ଭୟ
କୁଳିଶ ଦଳି ବିଶ୍ୱ କରିବି ଜୟ।
ମାଆ ତୋର ହସ ମଧୁ ରସ ଝରା
ମାଆ ତୋର ଭାଷ ସୁଧା ରସ ଭରା।
ତୋ ପଣତ ଛତ୍ର ଛାୟା ତଳେ ରହି
ଡରିଯିବି ନାହିଁ କେବେ ଆସୁ କେହି।
ତୋର କର ମୋର ଶିର ପରେ ଥିଲେ
ଇନ୍ଦ୍ର ପଦ ସମ ନୁହେଁ ତା’ର ତୁଲେ।
ତୋ ଚରଣ ରେଣୁ ମୋର ନିଧି ସିଦ୍ଧି
ସଂପଦ ସମୃଦ୍ଧି ପଦ କରେ ବୃଦ୍ଧି।
ଅସୀମ ଆକାଶ ପରି ହୃଦ ତୋର
ଧିରତି ମେଦିନୀ ପରି ଅଛି ତୋର।
ଜନ୍ମ ଦେଇ ମୋତେ ସହିଛୁ କଦନ
ଜଠରେ ଅନଳ ଦହନ ସମାନ।
ତୁ ସର୍ଜନା ପାଳନ ବିନାଶକାରୀ
ବିଶ୍ୱେ ତୁହି ଏକା ପରମ ଈଶ୍ବରୀ।
ଅପାର ଜଳ ଭଣ୍ଡାର ତୋର ମନ
ଶୁଷ୍କ ହେବାକୁ ଦେଇନି ମୋର ପ୍ରାଣ।
ତୋର ଚରଣରେ ମୋର ରହୁ ଧ୍ଯାନ
କୋଟି କୋଟି ସହସ୍ର ପ୍ରଣତି ଘେନ।
ହାଡ଼ଶିଙ୍କୁଳା, ଚାଟିକୋଣା,ବିଷମକଟକ, ରାୟଗଡ଼ା। ୮୨୪୯୪୩୯୯୩୯