ନୂଆପଡା-ନୂଆପଡା ଜିଲ୍ଲା କୋମନା ପୁରୁଣା ଥାନା ପରିସରରେ ଆମ ପୋଲିସ ସମିତି ତରଫରୁ ଉଦଘାଟିତ ହୋଇ ଯାଇଛି ନୂଆପଡା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । କୋମନା ଥାନା ଆଇଆଇସି ଜ୍ୟୋତିରଞନ ଗୌଡଙ୍କ ସଭାପତିତ୍ବ କରି ଥିବା ବେଳେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥୀ, ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ସରପଞ୍ଚ କୋମନା ଶ୍ରୀମତୀ କ୍ରିଷ୍ଣା ତିୱାରୀ, ପୂର୍ବତନ ସରପଞ୍ଚ ସଦନ କୁମାର ତିୱାରୀ, ବିଜେଡି ଜିଲ୍ଲା ମହାସଚୀବ କାର୍ତ୍ତିକ ଦୀପ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଛନ୍ତି ।ମାୟାଧର ସରାଫ ମଞ୍ଚ ପରିଚାଳନା କରି ଥିଲେ । ଏ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୩୪ଟି ଦଳ ଅଂଶଗ୍ରହଣ କରିଛନ୍ତି । ଗିରେଶ କୁମାର ପାଣିଗ୍ରାହୀ ଓ ପରେଶ ଚନ୍ଦ୍ର ପାଣିଗ୍ରାହୀ ଖେଳ ପରିଚାଳନା କରିଛନ୍ତି । ଆସନ୍ତା କାଲି ଫାଇନାଲ ମେଚ ହେବ । ମୢତ୍ୟୁଞୟ ପାଣିଗ୍ରାହୀ, ଦିନେଶ ନାଏକ, ଗୌରାଙ୍ଗ ମଲ୍ଲିକ ପ୍ରମୁଖ ସହଯୋଗ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post