କୋକସରା,୧୨/୯-( ମ ନି ସ ) କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ରବିବାର କୋକସରା ବ୍ଲକର ସିଉନି ଗ୍ରାମ ଭତରା ସମାଜର ଆରାଧ୍ୟ ଭୈରବ ଦେବଙ୍କ ମନ୍ଦିର ପରିସରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜ ପକ୍ଷରୁ ଭୈରବ ଦେବ ମନ୍ଦିରରେ ନୂଆ ଧାନର ଚୁଡା ଅର୍ପଣ କରି ସାମୁହିକ ନବାନ୍ନ ଭକ୍ଷଣ କରିଥିଲେ। ପରେ ସମସ୍ତଙ୍କ ମଧ୍ୟରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସାମାଜିକ କର୍ମକର୍ତ୍ତାଙ୍କୁ ନେଇ ନୂଆଖାଇ ଭେଟଘାଟ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ତଥା ଭତରା ଜନ କଲ୍ୟାଣ ସମିତିର ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ।, ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ, ଗରୁଡ଼ ଧ୍ଵଜ ମାଝୀ, ଗୋପିଚନ ନାଏକ, ସଭାପତି ଭତରା ସମାଜ କର୍ମଚାରୀ ସଂଘ ତୃପ୍ତ କୁମାର ପାତ୍ର, କୋକସରା ସଭାପତି ସୁଧୀର କୁମାର ପାତ୍ର, ଧର୍ମଗଡ଼ ସମାଜ ସଭାପତି ବଳରାମ ପୁଝାରି, ଜୁନାଗଡ଼ ସମାଜ ସଭାପତି ମିନିକେତନ ଦଳପତି, କଲମପୁର ସମାଜ ସଭାପତି ସତ୍ୟାନନ୍ଦ ନାଏକ, ଜୟପାଟଣା ସମାଜ ସଭାପତି ମନସାଏ ପାତ୍ର ମଞ୍ଚରେ ଉପସ୍ଥିତ ରହି ଭାଇଚାରାର ଏହି ଗଣପର୍ବ ସମାଜର ସବୁ ବର୍ଗଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ ବୋଳି ମତ ରଖିଥିଲେ। ପରିଶେଷରେ ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସିଉନି ଭତରା ସମାଜର ମହିଳା କମିଟି ଓ ଗ୍ରାମ୍ୟ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।