ଆନନ୍ଦପୁର -: ଆଜି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦେଓଙ୍ଗା ଠାରେ ଓଡିଶା ସବୁଜ ପତ୍ରିକା ମହିଳା ମାହସଂଘ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା, ଏଠାରେ ଗ୍ରୀନ୍ କାର୍ଡ ଧାରୀ ମହିଳା ମାନଙ୍କୁ ସରକାର ଦେଉଥିବା ପ୍ରତିଶ୍ମୃତି ଗୁଡ଼ିକ ସରକାର ପୁରଣ କରିନଥିବାରୁ ପ୍ରତ୍ୟେକ ଗ୍ରାମର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏହି ବୈଠକରେ ସବିଶେଷ ଆଲୋଚନା କରଯାଇଥିଲା, ପୂର୍ବରୁ ସରକାରଙ୍କୁ ଦେଇଥିବା ସମୟ ଭିତରେ ଯଦି ସେମାନଙ୍କ ଦାବି ଗୁଡିକ ପୁରଣ ନ କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସଭାରେ କେନ୍ଦୁଝର ଜିଲ୍ଳାର ସମ୍ପାଦକ ପୁଷ୍ପଲତା ମହାନ୍ତ, ଘଷିପୁରା ବ୍ଲକ୍ ସଭାପତି ଧରିତ୍ରୀ ପାତ୍ର, ସମ୍ପାଦକ ବିଷ୍ଣୁପ୍ରିୟା ନାୟକ, ଆନନ୍ଦପୁର ବ୍ଲକ୍ ସଭାପତି ରେବତୀ ମହାନ୍ତ, ସମ୍ପାଦକ ବାସନ୍ତି ବଳ, ହାଟଡିହି ବ୍ଲକର ସଭାପତି ଭାନୁମତୀ ବାରିକ୍, ସମ୍ପାଦକ ବିଜୟଲକ୍ଷ୍ମୀ ଜେନାଙ୍କ ସମେତ ସମସ୍ତ ଗାଁ ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।
ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ