ସରତର ଆଗମନୀ
ଲାସ୍ୟମୟୀ ଏହି କାଶତଣ୍ଡି ହସେ
ମଥାକୁ ହଲାଇଦେଇ
ଚାରୁ ଚାମରରେ ଢାଳୁଥାଏ ସତେ
ଶୁଭ୍ର ପଣତ ନେଇ
କୁମୁଦିନି ଚାହେଁ ସାରଦ ଆକାଶେ
ଜୋଛନା କୁ ନେବା ପାଇଁ
ଲାସ୍ୟମୟୀ ଏହି କାଶତଣ୍ଡି ହସେ
ମଥାକୁ ହଲାଇ ଦେଇ………………..
ଭୁରି ଭୁରି ବାସେ ଝିନ ସେଫାଳିକା
ମଥାରେ କୁଂକୁମ ପିନ୍ଧି
ମରାଳ ଖେଳନ୍ତି ନୀଳ ସରୋବରେ
ହୋଇ କେତେ ଛନ୍ଦାଛନ୍ଦି
ଧବଳ ବଉଦ ନୀଳ ଗଗନ ରେ
ଭାସିଯାଏ କହି କହି
ଲାସ୍ୟମୟୀ ଏହି କାଶତଣ୍ଡି ହସେ
ମଥାକୁ ହଲାଇ ଦେଇ………………..
ଶିଶିର ବିନ୍ଦୁରେ ପାଦ ଧୋଇବକୁ
ଶରତ ଦେଇଛି ଚାହିଁ
ଆସୁଛନ୍ତି କିଏ ଧରାଵତରଣେ
ସିଏ ତ କରୁଣାମୟୀ
ଯେତେ ପାପ ତାପ ଉଭେଇଯିବଟି
ପାତକ ରହିବ ନାହିଁ
ଲାସ୍ୟମୟୀ ଏହି କାଶତଣ୍ଡି ହସେ
ମଥାକୁ ହଲାଇ ଦେଇ………………..
ସିତାଂଶୁ ଜେନା