ବ୍ୟୁରୋ ନିଉଜ – ୧୮.୯.୨୨ ତାରିଖ ରେ ରାୟଗଡ଼ା ର ରାମା ଟକିଜ୍ ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ଚୁମ୍ କି ସେ ତ ପାଣି ରେ ବୁଡ଼ିବ ନାହିଁ କି’ ର ପ୍ରିମିୟର୍ ସୋ ସମ୍ପନ୍ନ ହୋଇଛି । ବିଶାଳ ଶୋଭା ଯାତ୍ରା ରେ ଏହି ଫିଲ୍ମ ର ନାୟକ ଶ୍ରେୟାନ୍ (ରାୟଗଡ଼ା ରେ ରହୁ ଥିବା ବିଶିଷ୍ଟ କବି ସୁଶାନ୍ତ ନାୟକ ଙ୍କ ପୁଅ ) ଏବଂ ଅନ୍ୟାନ୍ୟ ଅଭିନେତା,ଅଭିନେତ୍ରୀ ତଥା ଫିଲ୍ମ ସହ ସଂପୃକ୍ତ ଅନ୍ୟ ମାନେ ଯୋଗ ଦେଇ ଥିଲେ ।ହଲ୍ ରେ ବିଶାଳ ଦର୍ଶକ ଏହି ଫିଲ୍ମଟିକୁ ଉପଭୋଗ କରି ଥିଲେ ।ନିମନ୍ତ୍ରିତ ଭାବେ ବହୁ କବି,କବୟତ୍ରୀ ଏବଂ ଅନ୍ୟ ସମ୍ମାନନୀୟ ବ୍ୟକ୍ତି ଦର୍ଶକ ମଧ୍ୟ ରେ ଥିଲେ ।ସବୁ ଦିଗ ରୁ ଫିଲ୍ମ ଟି ସୁନ୍ଦର ହେଇ ପାରିଛି ।