ଆଜି ଠାରୁ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ୍ ଠାରେ ୧୭ ବର୍ଷରୁ କମ୍ ନେହେରୁ କପ୍ ହକି ପ୍ରତଯୋଗୀତା ଆରମ୍ଭ ହୋଇଛି। ଉକ୍ତ ପ୍ରତଯୋଗିତାରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରୁ ସର୍ବମୋଟ ୩୧ ଗୋଟି ଦଳ ଭାଗ ନେବେ।କଳାହାଣ୍ଡି ଜିଲ୍ଲା ତରଫରୁ ଧର୍ମଗତ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧୬ ଜଣ ଖେଳାଳୀ ଚୟନ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଦ୍ୟାଳୟର ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ଖେଳାଳୀ ମାନେ ଗତକାଲି ଅପରାହ୍ନରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ଉକ୍ତ ସମ୍ମାନ ଜନକ ନେହେରୁ କପ୍ ରେ କଳାହାଣ୍ଡି ଜିଲ୍ଲାକୁ ଧର୍ମଗଡ ହାଇସ୍କୁଲ ର ହକି ଖେଳାଳୀ ମାନେ ପ୍ରତିନିଧତ୍ଵ କରୁଥିବାରୁ ଅଞ୍ଚଳବାସି ବେଶ ଉତ୍ସାହିତ ଅଛନ୍ତି। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ମୁଣ୍ଡ, ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା, ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ମାଧବ ଲହଜଲ, ହାଇସ୍କୁଲ ର ସମସ୍ତ କର୍ମଚାରୀ ତଥା ଅଞ୍ଚଳର କ୍ରୀଡାବିତ୍ ମାନେ କ୍ରୀଡାବିତ୍ ମାନଙ୍କୁ ଶୁଭେଛା ଜଣାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ରେ ଫ୍ଲଡ ଲାଇଟ୍ ରେ ହେଉଥିବା ମ୍ୟାଚ୍ ରେ ଆଜି କଳାହାଣ୍ଡି ଏକାଦଶ ତାର ପ୍ରଥମ ମ୍ୟାଚ୍ ରେ ଜଗତସିଂହପୁର ଏକାଦଶ କୁ ଭେଟୁଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..