.ଧର୍ମଗଡ– ୬/୩/୨୨:
ଦୀର୍ଘ ବର୍ଷ ଧରି ଦଳ ପ୍ରତି ଆନୁଗତ୍ୟ ର କୌଣସି ମୂଲ୍ୟ ନାହିଁ । ଦଳ ରେ ଗଣତନ୍ତ୍ର ବୋଲି କିଛି ନାହିଁ । ଦଳ ରେ ବର୍ତ୍ତମାନ କେବଳ ଏକ ଛତ୍ର ବାଦ ଚାଲିଛି । ସାଧାରଣ ଲୋକଙ୍କ ସ୍ୱର କୁ ଚାପି ଦେବା ପାଇଁ ସର୍ବଦା ଉଦ୍ୟମ ହେଉଛି । ଯାହାକୁ ନେଇ ସେ ଅଣ ନିଶ୍ବାସୀ ହୋଈ ପଡିଛନ୍ତି ବୋଲି ଆଜି ଭାଜପା ରେ ସାମିଲ ହେବା ଅବସର ରେ କହିଛନ୍ତି ବିଜୁ ଜନତା ଦଳ ର ଜିଲ୍ଲା ସମ୍ପାଦକ ତଥା ଧର୍ମଗଡ ଏନଏସି ର ପୂର୍ବତନ ଉପ ନଗରପାଳ ଅଶୋକ ମହାନ୍ତି ।
ଚଳିତ ପୌର ନିର୍ବାଚନ ରେ ଧର୍ମଗଡ ଏନଏସି ରେ ଅଧ୍ୟକ୍ଷ ପଦ ପାଇଁ ବିଜୁଜନତା ଦଳ ର ପ୍ରମୁଖ ଆଶାୟୀ ପ୍ରାର୍ଥୀ ଥିଲେ ଅଶୋକ ମହାନ୍ତି । ତେବେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ଦଳ ଜଣେ ନୂଆ ଚେହେରା ଭାବେ ଯୁବ ସରକାରୀ ଓକିଲ ରାଜେନ୍ଦ୍ର ମୁନି ଙ୍କୁ ଏଠାରେ ପ୍ରାର୍ଥୀ ଭାବେ ଚୟନ କରିଥବାରୁ ଶ୍ରୀ ମହାନ୍ତି ଏହାକୁ ନେଇ ଅସନ୍ତୁଷ୍ଟ ରହିଥିଲେ । ଆଜି ସେ ନିଜର ଶତାଧିକ ସମର୍ଥକ ଙ୍କ ସହ ଭାଜପା ରେ ଯୋଗ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀ, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଶିଶୁଦେବ ମୁଣ୍ଡ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ନବରଙ୍ଗ ପୁର ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅପରେଶ ସ୍ବାଇଁ, ଜଗବନ୍ଧୁ ମିଶ୍ର ପ୍ରମୁଖ ଶ୍ରୀ ମହାନ୍ତି ଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳ ରେ ସାମିଲ କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।