ନର୍ଲା (ମପ୍ର) ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନର୍ଲା ବ୍ଳକରେ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ନର୍ଲା ପଂଚାୟତର ପୂର୍ବତନ ସରପଂଚ ଚିରଞ୍ଜିବୀ ଗୈାଡିଆ ସର୍ଗିଗୁଡା ପଂଚାୟତରେ ବର୍ତ୍ତମାନ ସମିତି ସଭ୍ୟ ରୂପେ ନିର୍ବାଚିତ ହୋଇଛନ୍ତି। ନର୍ଲା ପଂଚାୟତର ଅନେକ ଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟ କରି ଲୋକଙ୍କ ପ୍ରିୟ ପାତ୍ର ହୋଇଥିବା ଶ୍ରୀ ଗୈାଡିଆ ସର୍ଗିଗୁଡା ପଂଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ରୂପେ ୨୩୫୨ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ଦୁଃଖିଶ୍ୟାମ ମିଶ୍ରଙ୍କୁ ୧୧୩୫ ଭୋଟରେ ପରାସ୍ତ କରିଥିଲେ। ବିଜୟୀ ପ୍ରାର୍ଥୀ ଚିରଞ୍ଜିବୀ ଗୈାଡିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କ ଲୋକପ୍ରିୟତା, ନିଜର କାର୍ଯ୍ୟ କଳାପ, ସହଯୋଗୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସର୍ଗିଗୁଡା ପଂଚାୟତର ଜନସାଧାରଣଙ୍କ ଭଲପାଇବାର ସ୍ନେହ ଶ୍ରଦ୍ଧା ତାଙ୍କୁ ବିଜୟୀ କରିବାରେ ସାହାଯ୍ୟ କରିଛି। ଏହି ସଫଳତାର ଶ୍ରେୟ ମଧ୍ୟ ସର୍ଗିଗୁଡା ପଂଚାୟତର ଭୋଟରଙ୍କୁ ଦେଇଛନ୍ତି। ନର୍ଲା ପରି ସର୍ଗିଗୁଡା ପଂଚାୟତରେ ତାଙ୍କର ଆଦର୍ଶ କାର୍ଯ୍ୟ ଜାରି ରହିବ ବୋଲି ଘୋଷଣା କରିଛନ୍ତି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।