ଗୋଳାମୁଣ୍ଡା/୧୯/୯/ମସିହା/କଥାରେ ଅଛି ଜଳ ହି ଜୀବନ, ବୃକ୍ଷ ହି ଜୀବନ,ଏହି ଆଧାରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ବଞ୍ଚାଓ, ସ୍ୱାସ୍ଥ୍ୟ ସମସ୍ୟାରୁ ଉଦ୍ଧାର କରୋ ଭଳି ଅନେକ ବାର୍ତ୍ତା ଦେବା ସହ ଅନେକ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ବୃକ୍ଷ ରୋପଣ ପାଇଁ, ତେଣୁ ପ୍ରତେକ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥିବା ବେଳେ ଫରଙ୍ଗ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଏହା ପୂର୍ବରୁ ଅନେକ ପ୍ରକାର ଫୁଲ ଗଛ, ଔଷଧ ବୃକ୍ଷ ଲଗାଇ ଥିବା ଦ୍ବାରା ସ୍ୱାସ୍ଥ୍ୟ କେନ୍ଦ୍ର ସୁନ୍ଦର ପରିବେଶ ସୃଷ୍ଟି ହୋଇଛି ପୁଣି ଆଜି ସୋମବାର ଦିନ ବୃକ୍ଷ ରୋପଣ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରୋମିୟ ରଂଜନ ସାହୁ, ଫର୍ମାସିଷ୍ଟ ପ୍ରଭାକର ନାଇକ, ରାମପ୍ରସାଦ ସା ଓ ଗଣମାଧ୍ୟମ ପ୍ରତିନିଧି ରାମକୁମାର ସେନାପତି ପ୍ରମୁଖ ଙ୍କ ଦ୍ଵାରା ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିଲା ବେଳେ,ଉପସ୍ଥିତ ଥିଲେ ପୁଷ୍ପାଞ୍ଜଳି ପ୍ରଧାନ ମହିଳା ସ୍ୱାସ୍ଥ୍ୟ କର୍ମୀ, ସସ୍ମିତା ବେହେରା ଷ୍ଟାଫ ନର୍ସ, ସରସ୍ୱତୀ ସା,ତୁଲା ରାମ ସୁନାନୀ, ଲୋକେଶ୍ୱର ପ୍ରଧାନ, ହେମାଗିନୀ ସା ଓ ବୈବସୁତ ରାଉତ ପ୍ରମୁଖ ଉପସ୍ଥିତ ରେ ଆଜିର ପବିତ୍ର ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା,