Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ତମ ପ୍ରେମରେ ବଞ୍ଚିବି by Sunil Chandra NayakSeptember 26, 2022064 Share0 ତମ ପ୍ରେମରେ ବଞ୍ଚିବି କେତେ ଯେ ଲାଞ୍ଛନା ଅନେକ ଯାତନା ପାଉଛି ତୁମରି ପାଇଁ ତମରି ପ୍ରେମରେ ବଞ୍ଚିବାର ଇଛା ପର କରି ଦେବ ନାହିଁ ।1। ଅମାନିଆଁ ମନ ବୁଝିଗଲା ପ୍ରେମ ତୁମକୁ ଆଦରି ନେଲା ତାଜମହଲଟେ ଗଢିବାର ସ୍ୱପ୍ନ ସମ୍ପର୍କ ନିବିଡ଼ କଲା ।2। ଘାତ ପ୍ରତିଘାତ ଆସିଲେ ଜୀବନେ ସହି ଯିବି ମଥା ପାତି ସୁଖରେ ଦୁଃଖରେ ତମରି ପ୍ରେମରେ ହସୁଥିବି ଦିନରାତି ।3। ତମେ ପାଶେଥିଲେ ହାରିବାର ଭୟ ଜୀବନେ ଆସିବ ନାହିଁ ସମୟ ସାଥୀରେ ଚଲାପଥେ ଆମେ କେବେବି ଝୁଣ୍ଟିବା ନାହିଁ ।4। ଅତି ଯତନରେ ଏକାଠି ଗଢିବା ପ୍ରୀତିର ଟିକି ନଅର ତମରି ପ୍ରେମରେ ବଞ୍ଚିବି ପ୍ରେୟସୀ ଆସ ମୋର ହାତ ଧର ।5। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର