ଧର୍ମଗଡ:୨୬/୯/୨୨: ଅଗ୍ରୱାଲ ସମାଜ ର ଅଗ୍ର ପୂଜ୍ୟ ମହାରାଜ ଅଗ୍ରସେନ୍ ଙ୍କ ଜୟନ୍ତୀ ଉତ୍ସବ ଧର୍ମଗଡ ଠାରେ ବଡ ଧୂମ ଧାମ ରେ ପାଳିତ ହୋଇଯାଇଛି । ଅଗ୍ରସେନ ଜୟନ୍ତୀ ପାଳନ କମିଟି ପକ୍ଷରୁ ଏକ ବିଶାଳ ରେଲି ସହର ପରିକ୍ରମା ପୂର୍ବକ ସ୍ଥାନୀୟ ଧର୍ମଶାଲା ଶ୍ରୀକୃଷ୍ଣ ଭବନ ରେ ପହଞ୍ଚି ଥିଲା । ଅଗ୍ରସେନ ଜୟନ୍ତୀ ପାଳନ କମିଟି ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୂଖ୍ୟ ବକ୍ତା ଭାବେ ରାମ କୁମାର ଜୈନ, ସମ୍ମାନିତ ଭାବେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର, ଧର୍ମଗଡ ନଗରପାଳ ଅଶୋକ ମହାନ୍ତି, ଜୁନାଗଡ ନଗର ପାଳ ମୁକେଶ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଥିବା ବେଳେ ୟୁପିଏମଏସ ଅଧ୍ୟକ୍ଷ ଗୁରୁପ୍ରସାଦ ଅଗ୍ରୱାଲ, ମହିଳା ସମିତି ଅଧ୍ୟକ୍ଷା ସବିତା ପନସାରୀ, ଶ୍ରୀକୃଷ୍ଣା ଭବନ ଅଧ୍ୟକ୍ଷା ବିମଳା ମିତ୍ତଲ,ଯୁବା ମଞ୍ଚ ଅଧକ୍ଷ ଚନ୍ଦ୍ର ଶେଖର ଜୈନ ପ୍ରମୁଖ ମଞ୍ଚାସିନ ଥିଲେ । ଅଗ୍ରସେନ ଜୟନ୍ତୀ ପାଳନ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଯୁବା ସଚିନ କୁମାର ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲା ବେଳେ ଅନିଲ କୁମାର ପନସାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍