ଚନ୍ଦ୍ରଘଣ୍ଟା
କୋଟି ଚନ୍ଦ୍ର ଜିଣି ସୁରମ୍ୟକ ଠାଣି
ଶରତ ଆକାଶେ ଝଳେ
ପୂର୍ଣ୍ଣ ଯଉବନା ଅନନ୍ତ ଆଭାରେ
ତୁମ ମୁଖ ପଦ୍ମ ଝଳେ
ଝଟକ ଆଭାରେ ବିଛୁରିତ ହୁଏ
ଧରଣୀର ଝିନ ଅଙ୍ଗ
ଝଲସି ଦିଶଇ ଶରଦ ନଳୀନ
ବାଜୁଛି ଘଣ୍ଟ ମୃଦଙ୍ଗ
କିଏ ଆସୁଛି ଗୋ ଧାରାକୁ ଓଲ୍ହାଇ
ଚନ୍ଦ୍ରକାନ୍ତି ରୂପ ନେଇ
ଚମକ ଚାହାଣୀ ଚଞ୍ଚଳ କୁରଙ୍ଗୀ
ଚନ୍ଦ୍ରଘଣ୍ଟା ନାମେ ତୁହି
ଗୋଲାପୀ ରଙ୍ଗର ମଖ ପାଟ ଢାଙ୍କି
ପୂର୍ଣ୍ଣ ଯୌବନ ର ଢେଉ
ଢେଉ ଖେଳୁଅଛି ଲମ୍ବିତ କବରୀ
ଦଶ ଭୁଜା ମହାବାହୁ
ପ୍ରଳମ୍ବ ସୁବଳ ବେନି କୁଚ ଯୁଗେ
ଚନ୍ଦ୍ରମଣି ବିରାଜନ୍ତି
ରାଶି ରାଶି କୁନ୍ଦ ପୁଷ୍ପ ଶୋଭା ପାଏ
ସତେକି ମୁକ୍ତା ବର୍ଷନ୍ତି
ଦଶ ଭୁଜେ ଭୁଜ ବାଣ ଶୋଭାତୋର
ଅସି ଶୂଳ ଗଦା ଘଣ୍ଟା
ଜଳ କମଣ୍ଡଳୁ ଉଦ୍ଭାସିତ ହୁଏ
ଦନୁଜ କୂଳକୁ କଣ୍ଟା
ବାମ କରେ ପଦ୍ମ ରୁଚିର କୁସୁମ ସାଂର୍ଗଧନୁ ବିଭୂଷଣ
ଦକ୍ଷହୃଦ ତଟେ ଜପ ଅକ୍ଷମାଳା
ବରଦ ମୁଦ୍ରା ଦେଇଣ
ବ୍ୟାଘ୍ର ପୃଷ୍ଟେ ବସି ଧରାବତାରଣ
ଘୋର ଗର୍ଜନରେ ମହି
ମହିଦାଶ ନାତି ହଂସା ବୁଡିଯାଏ
ଧାତିକାରେ ମାଗୋ ତୁହି
କେବେସ୍ନିଗ୍ଧ କେବେ ଭୀଷଣ ମୁରତି
କେବେରୁକ୍ଷ କେବେସାନ୍ତା
ଅବିଶ୍ରାନ୍ତ ତୁମ ସମୟ ଘଣ୍ଟାକୁ
ଅଧମ ପାମରେ ଚିନ୍ତା
ସମଦଣ୍ଡ କେହି ନୁହେଁ ତ୍ରିଜଗତେ
ଚନ୍ଦ୍ରଘଣ୍ଟା ତୁଲେ ବୀର
ନାସୀ ଦିଅ ସବୁ ଦୁରିତ ଦୁରାତ୍ମା
ପୃଥିବୀକୁ ସାନ୍ତ କର।
ସିତାଂଶୁ ଜେନା
ସହ ସମ୍ପାଦକ
ଓଡ଼ିଆ ଭାଷା ସାହିତ୍ୟ ପରିଷଦ, ଓଡ଼ିଶା