ନୂଆପଡା: ନୂଆପଡା ଜିଲ୍ଲା ସଦର ବ୍ଲକ ହଂସପୁରୀ ଗ୍ରାମରୁ ବେଆଇନ ଭାବରେ ଗଛିତ ରଖିଥିବା ଧାନ କୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଛନ୍ତି। ହଂସପୁରୀ ଗ୍ରାମର ନେତ୍ର ରାମ ସାହୁଙ୍କ ଘରୁ ବେଆଇନ ଭାବରେ ଗଛିତ ଧାନ ଥିବା ଖବର ପାଇଥିଲେ। ଏହି ଜବତ ଧାନ କୁ ଖରିଆର ରୋଡ଼ ସ୍ଥିତ ଗୁରୁନାନକ ଚାଉଳ କଳ କୁ ଜିମାରେ ପ୍ରଦାନ କରିଥିବା ଜିଲ୍ଲା ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ରତ୍ନାକର ସେଠି ପ୍ରକାଶ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ