ଢେଙ୍କାନାଳ(ମ.ନି. ସ.)୩୦/୦୯ _ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ମେଡ଼ିକାଲ ଗୁଡ଼ିକ ରେ ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ,ଏହା ଦ୍ୱାରା ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ପ୍ରଚୁର ପରିମାଣରେ ପ୍ରାକୃତିକ ଅମ୍ଳଜାନ ମିଳିବା ସହ ପରିବେଶ ସୌନ୍ଦର୍ଯ୍ୟ କରଣ ହୋଇ ପାରିବ ବୋଲି ହିମାଂଶୁ ଭୂଷଣ ମତ ପ୍ରକାଶ କରିଛନ୍ତି। ଏଣୁ ସମସ୍ତେ ଡାକ୍ତରଖାନା ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ତତ୍ ସହ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ର ଆବଶ୍ୟକତା ରହିଛି । ଢେଙ୍କାନାଳ ମେଡ଼ିକାଲ ର ବିଶେଷ ସମସ୍ୟା ମେଡ଼ିକାଲ ରେ ଯେତିକି ଡାକ୍ତର ରହିବା କଥା ସେତିକି ଡାକ୍ତର ନର୍ସ ନଥିବା ହେତୁ ଜିଲ୍ଲାର ବହୁତ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି l ମେଡ଼ିକାଲ ରେ ତୁରନ୍ତ ଡାକ୍ତର ନର୍ସ ସମସ୍ୟାର ସମାଧାନ କରି ଡାକ୍ତର ପଦବୀ ପୂରଣ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଗଣ ମାଧ୍ୟମ ପ୍ରତିନିଧି ଭାଇ ଭଉଣୀ ଙ୍କ ଜରିଆରେ ନିବେଦନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ପରମାନନ୍ଦ ପଣ୍ଡା, ଯୁବଶକ୍ତି ର ଅଜୟ ସାହୁ, ସଞ୍ଜୟ ସାହୁ, ରାଜେଶ ଭୋଇ, ଓ ସୁରକ୍ଷା କର୍ମଚାରୀ ଭାଇ ମାନେ ସାମିଲ ହୋଇଥିଲେ l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍