ନର୍ଲା (ମପ୍ର) ବହୁ ଦିନର ପ୍ରତୀକ୍ଷାର ଅନ୍ତ ପରେ ସର୍ଗିଗୁଡା ରେଳଫାଟକରୁ ନର୍ଲାରୋଡ ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତ ପ୍ରାୟ ୧୨୦୦ମିଟର ରାସ୍ତା ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ହସ୍ତକ୍ଷେପ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହା ପୂର୍ବରୁ ଦୀର୍ଘ ୧୦ ବର୍ଷ ହେଲା ବିଭାଗୀୟ ଅଧିକାରୀଙ୍କୁ ତଥା ରାଜନୈତିକ ନେତା ମାନଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରି ନୟାନ୍ତ ହୋଇଥିଲେ। କିନ୍ତୁ ସର୍ଗିଗୁଡା ପଂଚାୟତର ବିଜେଡ଼ି କର୍ମୀ ଓ ଜନସାଧାରଣ ନର୍ଲା ବିଧାୟକଙ୍କୁ ଏହି ରାସ୍ତାରେ ଚଲାଇ ଏହାର ଦୃଷ୍ଟି ଆକର୍ଷଣ କରିଥିଲେ। ରେଳ ଷ୍ଟେସନକୁ ଯିବା ପାଇଁ ଏହି ରାସ୍ତା ମୁଖ୍ୟ ରାସ୍ତା ହୋଇଥିବାରୁ ନର୍ଲା ବିଧାୟକ ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀଙ୍କ ସହ ଫୋନରେ କହିଥିଲେ। ଏହା ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଛି। ସର୍ଗିଗୁଡା ପଂଚାୟତର ଜନସାଧାରଣ ତଥା ବିଜେଡି କର୍ମୀମାନେ ଏଥିପାଇଁ ନର୍ଲା ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।