କାମାକ୍ଷାନଗର (ମ.ନି.ସ)୧୧/୧୦_ଆଜିକାଲି ଆଉ ଶୁଭୁନି କାମାକ୍ଷାନଗର ଵ୍ଲକ ,କାଦୁଆ ଗ୍ରାମର ଶ୍ରୀଯୁକ୍ତ ସନାତନ ଵାରିକ ମଉସା ଙ୍କ ଘୁଘୁନି ଡାକ ର ସ୍ୱର l ବୟସର ଅପରାହ୍ନରେ ସେ ଏବେ ଶଯ୍ୟାଶାୟୀ l କାଦୁଆ ଗ୍ରାମ ରୁ ଏକ ଡେ଼କଚି ଓ ପୁରୁଣା ଧଡଧଡି ସାଇକେଲ ରେ ଘୁଘୁନି ଧରି ଆଜିକୁ ପ୍ରାୟ ଷାଠିଏ ବର୍ଷ ରୁ ଉର୍ଦ୍ଧ ସମୟ ଧରି କାମାକ୍ଷାନଗର ଅଞ୍ଚଳ ରେ ସୁପରିଚିତ । ସନାତନ ମଉସାଙ୍କ ଘୁଘୁନିର ସ୍ଵାଦକୁ ଆଜି ମନେ ପକାଉଛନ୍ତି ଆବାଳ ବୃଦ୍ଧ ଵନିତା । ଓଃ କି ସ୍ଵାଦ ଵାସ୍ନା ରେ ମହକି ଉଠୁଥାଏ ତାଙ୍କର ଘୁଘୁନିର ଡେକିଚି । କାମାକ୍ଷାନଗର ଆଳତୁମା ଉଚ୍ଚ ବିଦ୍ୟାଳୟ ଏବଂ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର ୬୦ ଦଶକରୁ ଅଦ୍ୟାବଧି ଆଜିର ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ସନାତନ ମଉସାଙ୍କ ଘୁଘୁନି ସହ ଜଡ଼ିତ । ଏହି ପରିପ୍ରେକ୍ଷୀରେ ସେହି ସ୍ମୃତି ରୂପା ଜହ୍ନର ପ୍ରତୀକ ଅଞ୍ଚଳଵାସୀଙ୍କ ହୃଦୟରେ ଵିରାଜିତ ଘୁଘୁନି ବ୍ୟବସାୟୀ ସନତାନ ମଉସାଙ୍କ କାଦୁଆ ଗ୍ରାମ ସ୍ଥିତ ବାସଭବନରେ ଢେଙ୍କାନାଳ ଜିଲ୍ଲା ବିଜେଡ଼ି ଡିଜିଟାଲ ସେକ୍ରେଟାରୀ ଇଂ ହିମାଦ୍ରି ଦାସ ପହଞ୍ଚି ତାଙ୍କ ସହ ସାକ୍ଷାତ କରି ତାଙ୍କ ସହ ବାର୍ତ୍ତାଳପ କରିଥିଲେ ଏବଂ ତାଙ୍କୁ ଗୀତା ଭାଗବତ ର ଭାବାର୍ଥ ଏଵଂ ବାପୁଜୀ ଆତ୍ମ କଥା ଦୁଇଟି ପୁସ୍ତକ ତାଙ୍କର ସପରିବାରଵର୍ଗଙ୍କ ଗହଣରେ ପ୍ରଦାନ କରିଥିଲେ ।
କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍