ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଓଡ଼ିଆ ସାମ୍ବାଦିକତା ଦିବସ

ଆଜି ଓଡ଼ିଆ ସାମ୍ବାଦିକତା ଦିବସ

କର୍ମବୀର ଗୌରୀଶଙ୍କର ରାୟ ଙ୍କ ଦ୍ୱାରା ପ୍ରକାଶିତ ଉତ୍କଳ ଦୀପିକା,ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ଏହି ଖବରକାଗଜ, ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ “ଓଡ଼ିଆ ସାମ୍ବାଦିକତା ଦିବସ”।

୧୮୬୬, ଅଗଷ୍ଟ ,୪ ତାରିଖ ! ଆଜିର ଦିନରେ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ସମ୍ବାଦପତ୍ର ” ଉତ୍କଳ ଦୀପିକା”

ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ଏହି ଖବରକାଗଜ, ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ ଓଡ଼ିଆ ସାମ୍ବାଦିକତା ଦିବସ।

ଓଡ଼ିଆ ସାମ୍ୱାଦିକତା ଇତିହାସରେ ୧୭୨୦ ଖ୍ରୀଷ୍ଟାବ୍ଦ ମଧ୍ୟ ବେଶ ମହତ୍ଵ ରଖେ, ଏହି ସମୟରେ କଟକ ଜିଲ୍ଲା ଆଠଗଡ଼ର କୁମାରପୁର ଗାଁରେ ସୁନ୍ଦର ଦାସ ନାମକ ଜଣେ ସାଧୁ ଯେକି ପରେ ଜଣେ କୁଶଳୀ ଯୋଦ୍ଧା ଭାବେ ବେଶ୍ ଖ୍ୟାତି ଲାଭ କରିଥିଲେ, ପ୍ରଥମେ ସେ ତାଙ୍କ ସାଧୁ ଜୀବନରେ ଚୌଦ୍ୱାର ନିକଟରେ ଏକ ବରଗଛ ମୂଳେ ସେ ରହୁଥିଲେ ଓ ସେତେବେଳର ମରାଠୀ ଶାସକ ତାଙ୍କର ଶିଷ୍ୟ ଥିଲେ, ପରେ ମିଶନାରୀମାନଙ୍କ ଚକ୍ରାନ୍ତରେ ତାଙ୍କୁ ଫସିବା ପରେ ସେ ସ୍ବଳ୍ପ ସମୟ ପାଇଁ ଜେଲ ଦଣ୍ଡ ଭୋଗିଥିଲେ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ବରଗଛ ମୂଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମର ନାଁ ଥିଲା କୁଜିବର ଆଶ୍ରମ ଓ ସେଠାରୁ ସେ ଏକ ଖବରକାଗଜ ପ୍ରକାଶ କରୁଥିଲେ, ଯାହାର ନାଁ ଥିଲା “କୁଜିବର ପତ୍ରିକା’ ତାଳପତ୍ରରେ ବିଭିନ୍ନ ଖବର ଲେଖି ସେ ଏହାକୁ ପ୍ରକାଶ କରୁଥିଲେ ଏବଂ ତାଙ୍କର ଶିଷ୍ୟମାନେ ନକଲ କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସେହିପରି କୁଜିବର ପାଖରେ ପଦ୍ମପୁର ଗାଁରେ ହରିତାଳି ନାମକ ଆଉ ଏକ ଖବରକାଗଜ ଦେଶୀୟ ପଦ୍ଧତିରେ ତିଆରି ହେଉଥିଲା, ଏବଂ ଏହାକୁ କଟକର ବିଭିନ୍ନ ସ୍ଥାନ ସମେତ କେତୋଟି ସଂଖ୍ୟା ଲଣ୍ଡନ ମଧ୍ୟ ପଠାଯାଇଥିଲା

କଟକରୁ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ୱାଦ ବାହିକା ଓ ସମ୍ୱଲପୁରରୁ ହିତୈଶିଣୀ ସେତେବେଳେ ପ୍ରକାଶିତ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବେଳେ ଏହି ଖବରକାଗଜ ଗୁଡ଼ିକ ସକ୍ରିୟ ଅଂଶ ଗ୍ରହଣ କରି ଲୋକଙ୍କ ମଧ୍ୟରେ ବିପ୍ଲବର ବହ୍ନି ଜାଳିଥିଲେ।

ଉତ୍କଳ ଦୀପିକା

ଦୈନିକ ଖବରକାଗଜ….

ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ।ଏହା ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ। ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ ‘କଟକ ପ୍ରିଣ୍ଟିଂ କମ୍ପାନୀ’ରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା।ଉତ୍କଳ ଦୀପିକା ତତ୍କାଳିନ ଓଡ଼ିଶାକୁ ସାମାଜିକ, ନୈତିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବାରେ ସଫଳ ହୋଇଥିଲା ଏବଂ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା । ଗୌରୀଶଙ୍କର ରାୟ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ଉତ୍କଳ ଦୀପିକାର ସମ୍ପାଦନା କରିଆସୁଥିଲେ ।ଏତଦ ବ୍ୟତିତ ଉତ୍କଳ ଦୀପିକା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା।ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା।

ଜାତୀୟ ସ୍ୱର ଉତ୍କଳ ଦୀପିକା

ଓଡ଼ିଶାରେ ଜାତୀୟ ସ୍ୱର ଉଠାଇବାରେ ଏହି ପତ୍ରିକାର ବଡ଼ ଭୂମିକା ରହିଛି ।

ଓଡ଼ିଶାର ପୁରାତନ କବିମାନଙ୍କ ଅସଂଖ୍ୟ ରଚନା ଯେତେବେଳେ ମୁଦ୍ରଣ ନ ହେବା ଯୋଗୁଁ ଲୁପ୍ତ ହୋଇଯାଉଥିଲା, ଉତ୍କଳ ଦୀପିକା ପକ୍ଷରୁ ଜାତିର ସାହିତ୍ୟ ରକ୍ଷା ପାଇଁ ଅନେକ କାର୍ଯ୍ୟ କରାଯାଇଥିଲା । ଉତ୍କଳ ଦୀପିକା ୧୨.୧.୧୮୬୬ ସଂଖ୍ୟା ୨ରେ ଏହା ବିଷୟରେ ଲେଖାଯାଇଥିଲା।

“ ଉତ୍କଳ ଦେଶସ୍ଥ ପୁରାତନ କବିମାନଙ୍କର ଚିରସ୍ମରଣୀୟ ନାମ ଆମ୍ଭମାନଙ୍କର ଅଯୋଗ୍ୟତାରୁ ଏତାବତ୍ କାଳ ଦେଶାନ୍ତରରେ ପ୍ରଚାର ହେବାର ଦୁସ୍ତର ଥିଲା । ଏବର୍ଷ ତାହା ଖଣ୍ଡନାଶାରେ କେତେକ ଲୋକ ଯତ୍ନବାନ ହୋଇ ଅଛନ୍ତି ଓ ଯେଋପ ସୃଷ୍ଟି ପୂର୍ବରେ କେବଳ ଜଳମୟ ଥିଲା ଓ ତହିଁରୁ ସମସ୍ତ ବସ୍ତୁ ଉଦ୍ଭବ ହେଲା ସେହିଋପ ଉତ୍କଳ ସାହିତ୍ୟର ପୁନଃ ସୃଷ୍ଟି ନିମିତ୍ତ ପ୍ରଥମେ ପ୍ରେମସୁଧାନିଧିର ସଞ୍ଚାର ହୋଇଛି । ”

ପରେ ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇ “ଓଡ଼ିଶାର ସାହିତ୍ୟ ଶିଳ୍ପ ବିଭବ ପ୍ରତି ଜାତିକୁ ସଚେତନ କରାଯିବାର” ପ୍ରୟାସ ପତ୍ରିକାଦ୍ୱାରା ବାରମ୍ବାର କରାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲା….

“ ଶିଳ୍ପ ବିଦ୍ଯାରେ ମଧ୍ୟ ଉତ୍କଳୀୟମାନେ ନିପୁଣ ଥିଲେ । ପୂର୍ବେ ବାଲେଶ୍ୱରୀ ବସ୍ତ୍ର ବିଖ୍ୟାତ ଥିଲା । ବର୍ତ୍ତମାନ କଟକ ରଜତ କାଞ୍ଚନ ନିର୍ମିତ ଅଳଙ୍କାର ବିଷୟେ କେ ନଜାଣେ । ସେ ଯାହାହେଉ ଉତ୍କଳୀୟମାନେ ଯେ ପୂର୍ବେ ଭାରତ ବର୍ଷ ମଧ୍ୟରେ ସର୍ବବିଷୟରେ ବିଖ୍ୟାତ ଥିଲେ ତାହାର ସନ୍ଦେହାଭାବ । ହେ ଉତ୍କଳୀୟ ମାନେ! ଉଠ! ଆପଣମାନଙ୍କର ପୂର୍ବପୁଋଷର ଯାଥାର୍ଥ ନାମ ରକ୍ଷା ଓ ଆପଣା ଆପଣାର ଲଲାଟସ୍ଥ ଅଜ୍ଞତାପବାଦ ରୂପ କଳଙ୍କରେଖା ଉନ୍ମୋଚନ କରିବାକୁ ତତ୍ପର ହୁଅ । ଆଉ କେତେକାଳ ଆଳସ୍ୟ ସଲିଳରେ ଜୀବନ ବିସର୍ଜନ କରିବ

ଗୌରୀଶଙ୍କର ରାୟ….

ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ

ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗନେଇଥିଲେ ।ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା। ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ।

କର୍ମବୀର

ଗୌରୀଶଙ୍କର ରାୟ

୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ୱାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।

ଶିକ୍ଷାଲାଭ….

ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ଚାକିରି ଜୀବନ…

ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ।

୧୮୬୪: କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନ….

ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ।

୧୮୬୬: ଉତ୍କଳ ଦୀପିକା ପ୍ରକାଶନ….

କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା।ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’, ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା।ଏହା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶିତ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ର ପ୍ରଥମ ସମ୍ପାଦକ ।

ଦେହାନ୍ତ….

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ତାଙ୍କର ଦେହାନ୍ତ ହୋଇଥିଲା।

ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ସମସ୍ତ ବ୍ୟକ୍ତିଙ୍କ ଅବଦାନ ଚିର ସ୍ମରଣୀୟ। 

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

Sunil Chandra Nayak

କଲ୍ୟାଣୀ ନନ୍ଦ ଙ୍କ କବିତା ଗ୍ରୀଷ୍ମ ଗୋଧୂଳି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort