ଉପକୃତ ହେବେ ଥୁ. ରାମପୁର ଓ କୋକସରା ବ୍ଲକ ର ୧,୨୬,୩୨୮ ଜନ ସାଧାରଣ
ଧର୍ମଗଡ:୧୬/୧୦/୨୨: ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଜନ ସାଧାରଣ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ସେଇଥି ପାଇଁ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟ ବାଦ ର ପାତ୍ର ବୋଲି ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଲାଞ୍ଜଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ଧର୍ମଗଡ ବିଧାୟକ ମୌଷଧି ବାଗ ମୂଖ୍ୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ରେ ଦୁଇଟି ବୃହତ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୪୯ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ମାନ୍ୟବର ମୂଖ୍ୟ ମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହା ଦ୍ଵାରା ୩୬ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୫୫ ଟି ଗ୍ରାମ ରେ ବସ ବାସ କରୁଥିବା ପ୍ରାୟ ୧,୨୬,୩୨୮ ଜନ ସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇ ଉପକୃତ ହେବେ ।
ଥୁଆମୁଲ ରାମପୁର ବ୍ଲକ ଅଧୀନ ରେ ଥିବା ୧୪ ଟି ଗ୍ରାମ ପଞ୍ଚାୟତ ର ୯୦ ଗୋଟି ଗ୍ରାମ ର ପ୍ରାୟ ୩୯,୭୭୩ ଜଣ ଏବଂ କୋକସରା ବ୍ଲକ ଅଧିନ ରେ ଥିବା ୨୨ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬୫ ଟି ଗ୍ରାମ ର ପ୍ରାୟ ୮୬,୫୫୫ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପ ଗୁଡିକ ଦୁଇ ବର୍ଷ ମଧ୍ୟ ରେ କାର୍ଯ୍ୟକାରୀ ହେବ । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନିଷା ମୁଣ୍ଡ, ପୂର୍ବତନ ନଗର ପାଳ ସୁଶ୍ରୀ ହୀରା ବାଗ, ବଲାଙ୍ଗୀର ଜୋନ ମହିଳା ବିଜେଡ଼ି ସଭାନେତ୍ରୀ କଲ୍ୟାଣୀ ନାଏକ, ବିବେକ ରଞ୍ଜନ ମିଶ୍ର, ବିଧାୟକ ପ୍ରତିନିଧି ମାନସ ବାଗ, ସ୍ବାଧିନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍