ଚନ୍ଦାହାଣ୍ଡି-୨o/୧୧(ମ ନି ସ), ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ସ୍ଥିତ ପଲ୍ଲିଶ୍ରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆଜି ୨୩ତମ ଯାଦବ ମାଝୀ ସ୍ମାରକୀ ଆନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପୂର୍ବତନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ତଥା ପାନାବେଡା ମାଟିର ବରପୁତ୍ର ସ୍ବର୍ଗତ ଯାଦବ ମାଝୀଙ୍କ ସ୍ମୃତି ଉଦେଶ୍ୟରେ ଦୀର୍ଘ ୨୨ବର୍ଷ ଧରି ପଲ୍ଲିଶ୍ରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦଣ୍ଡାମୁଣ୍ଡା ଗଦାଧର ଷ୍ଟାଡିୟମ ଠାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଆସୁଥିବା ବେଳେ ବେଶ ଲୋକପ୍ରିୟତା ହାସଲ କରିପାରିଛି | ଝରିଗାଁ ବିଧାୟକ ତଥା ପଲ୍ଲୀଶ୍ରୀ ଯୁବକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଯୋଗିତାକୁ କିଭଳି ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳା ସହ ଆୟୋଜନ କରାଯିବ ସେନେଇ ବିଷଦ ଆଲୋଚନା କରାଯାଇଥିଲା। ଏହି ପ୍ରତିଯୋଗତାରେ ୧୬ଟି ଦଳ ଭାଗ ନେବାକୁଥିବା ବେଳେ ୧୧ ଦିନ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯିବ | ଆସନ୍ତା ଜାନୁଆରୀ ୧୯ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଜାନୁଆରୀ ୨୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ, ବିଜେତା ଦଳକୁ ୪୧ ହଜାର ଓ ଉପବିଜେତା ଦଳକୁ ୩୧ ହଜାର ଟଙ୍କା ସହ ଉଭୟ ଦଳକୁ ଟ୍ରଫି ପୁରଷ୍କାର ଦେବାକୁ ସ୍ଥିର କରାଯାଇଥିଲା। ପ୍ରତିଯୋଗିତାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସମସ୍ତ ମ୍ୟାଚର ସିଧାପ୍ରସାରଣ ଜେଏମଏମସିଟି ୟୁଟୁବ ଚେନାଲ ମାଧ୍ୟମରେ କରାଯିବାକୁ ନିଷ୍ପତି ହୋଇଥିଲା | ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ବଜରଙ୍ଗୀ ଉମରକୋଟ, ଟିଟିଲାଗଡ,ସମ୍ବଲପୁର, ଝାରସୁଗୁଡା, ବସ୍ତର ଏକାଦଶ, ଜୟପାଟଣା, ରାଉରକେଲା, ଜୟପୁର ପ୍ରମୁଖ ଦଳ ଭାଗ ନେବେ ବୋଲି ଜଣାପଡିଛି। ବୈଠକରେ ମହମ୍ମଦ ହନିଫ, ମହମ୍ମଦ ହୁସେନ,ପ୍ରଦୀପ କୁମାର ପତି, ମନୋରଞ୍ଜନ ମହାପାତ୍ର,ବଳରାମ ପଟ୍ଟନାୟକ, ସିମାଞ୍ଚଳ ଗଣ୍ଡା, ସଂଗ୍ରାମ କେଶରୀ ସାହୁ,ଶିଶିର ମାଝୀ, ପରମେଶ୍ୱର ମାଝୀ, ମାୟାଧର ମାଝୀ, ଜୟସିଂ ନାୟକ,ଅଭୟ ସିଂ ଭୋଇ, ବସନ୍ତ ବିଶୋଇ, ସୌରୀରଞ୍ଜନ ସାହୁ, ରତ୍ନାକର ସାହୁ, ଲୋଚନ ନାୟକ,ଜଗଦୀଶ, ଦିଲ୍ଲୀପ, ଦୀପାଂଶୁ, ପ୍ରମୋଦ, ପ୍ରତାପ, ଧନେଶ୍ୱର, ଧବଳେଶ୍ୱର, ପବିତ୍ର, ରତ୍ନାକର,ଧନଞ୍ଜୟ,ହରି, ଚତୁର, ଭୂପେନ୍ଦ୍ର, ସୋନୁ ପ୍ରମୁଖ ଉପସ୍ଥିତ ଥିଲେ ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍