ରାଉରକେଲା/ ସ୍ବଚ୍ଛତା କୁ ଗୁରୁତ୍ବ ଦେଉଥିବା ରାଉରକେଲା ର କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନ ତରଫରୁ ସ୍ୱଛତା କାର୍ଯ୍ୟକ୍ରମରେ ଏନଆଇଟି ର ଅନ୍ତେବାସୀଙ୍କ ସହ ମିଶି ପରିସରକୁ ସଫା କରିଥିଲେ । ଶିକ୍ଷାନୁଷ୍ଠାନ ର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ପାତ୍ରଙ୍କ ସମନ୍ବୟ ଦ୍ଵାରା ,ନିତିଦିନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବ୍ୟବହୃତ କ୍ୟାଫେଟ ଏରିଆକୁ ସ୍ୱଛତା କାର୍ଯ୍ୟକ୍ରମରେ ସାମିଲ କରିଥିଲେ। ଉଭୟ ଅନୁଷ୍ଠାନର ମିଳିତ ପ୍ରଚେଷ୍ଟାରେ ଦୀର୍ଘ ଦେଢ ଘଣ୍ଟାର ନିରବଚ୍ଛିନ୍ନ ପରିଶ୍ରମରେ ସମଗ୍ର ଅଂଚଳର ପରିବେଶର ସୌନ୍ଦର୍ଯ୍ୟତାରେ ଯଥେଷ୍ଟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଯୋଗ ଦେଇ ଥିବା ଏନଆଇଟି ର କିଛି ବରିଷ୍ଠ କର୍ତ୍ତୃପକ୍ଷ ‘କ୍ଲିନ୍ ଓ ଗ୍ରୀନ’ ସଦସ୍ୟ ମାନଙ୍କର କାର୍ଯ୍ୟ ଶୈଳୀ ଓ ଶୃଙ୍ଖଳିତ କାର୍ଯ୍ୟକ୍ରମ ପରିଚାଳନାରେ ଅଭିହୁତ ହୋଇ ଯାଇ ଥିଲେ। ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ସହ ସମ୍ପାଦକ ଜ୍ଞାନଜୀତ ଦାସ, ଉପ ସଭାପତି ସାଗର ପାଣି ଓ ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ଉପସ୍ଥିତିରେ ଜାତୀୟ ସଂଗୀତ ଗାନ ଓ ଶେଷରେ କାର୍ଯ୍ୟକାରୀ ସଂପାଦକ ହିମାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନର ବହୁ ସଭ୍ୟ ଯୋଗଦେଇଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ