ଭବାନୀପାଟଣା(:ମ.ନି.ସ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେ କଳାହାଣ୍ଡି ଜିଲ୍ଲାରେ ସର୍ବମୋଟ ଗତ ୧୭ ତାରିଖ ରୁ ୧୮ ତାରିଖ ମଧ୍ୟରେ ୫୨୨ ଜଣଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଥିବା ସୂଚନାରୁ ଜଣାପଡିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକରେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୫୩ ସରପଞ୍ଚ ପ୍ରାର୍ଥୀ ୧୩ ସମିତି ସଭ୍ଯ ୭, ଧର୍ମଗଡ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୭୨, ସରପଞ୍ଚ ପ୍ରାର୍ଥୀ୧୧, ସମିତି ପ୍ରାର୍ଥୀ ୬, ଜୁନାଗଡ ବ୍ଳକରେ ୧୧୬ ଜଣ ଓ୍ବାର୍ଡ ମେମ୍ବର, ସରପଞ୍ଚ ପ୍ରାର୍ଥୀ ୧୨, ସମିତି ସଭ୍ଯ ପ୍ରାର୍ଥୀ ୭, ମ. ରାମପୁର ବ୍ଳକର ୨୨ ଓ୍ବାର୍ଡ ମେମ୍ବର ୩ ଜଣ ସରପଞ୍ଚ, ଓ ୩ ସମିତି ଦାଖଲ କରିଛନ୍ତି, କୋକସରା ବ୍ଳକରୁ ୪୭ ଓ୍ବାର୍ଡ ମେମ୍ବର ଓ ସରପଞ୍ଚ ପ୍ରାର୍ଥୀ ୭ ଓ ୧୩ ଜଣ ସମିତି ଦାଖଲ କରିଛନ୍ତି। ଗୋଲାମୁଣ୍ତା ବ୍ଳକରେ୧୩୯ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୧୧ ଜଣ ସରପଞ୍ଚ ଓ ୧୭ ଜଣ ସମିତି ସଭ୍ଯ, କର୍ଲାମୁଣ୍ତା ବ୍ଳକରେ ୩୧ ଜଣ ଓ୍ବାର୍ଡ ମେମ୍ବର, ୬ ଜଣ ସରପଞ୍ଚ ପ୍ରାର୍ଥୀ,ଓ ୬ ଜଣ ସମିତି ସଭ୍ଯ ଦାଖଲ କରିଛନ୍ତି। ଜୟପାଟଣା ବ୍ଳକରେ ୩୪ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ଓ ୩ ସରପଞ୍ଚ ୮ ଜଣ ସମିତି ସଭ୍ଯ ପ୍ରାର୍ଥୀ, ନର୍ଲା ବ୍ଳକରେ ୩୬ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ଓ ୪ ଜଣ ସରପଞ୍ଚ ପ୍ରାର୍ଥୀ ସମିତି ସଭ୍ୟ ପ୍ରାର୍ଥୀ ୬ ଜଣ, କଲମପୁର ବ୍ଳକରେ ୨୫ ଓ୍ବାର୍ଡ ମେମ୍ବର ୪ ଜଣ ସରପଞ୍ଚ ପ୍ରାର୍ଥୀ ଓ ଦୁଇଜଣ ସମିତି ସଭ୍ଯ ପ୍ରାର୍ଥୀ, ଲାଞ୍ଜିଗଡ ବ୍ଳକରେ ୪୬ ଜଣ ଓ୍ବାର୍ଡ ମେମ୍ବର ଓ ୧୧ ଜଣ ସରପଞ୍ଚ ପ୍ରାର୍ଥୀ ୧୦ ଜଣ ସମିତି ସଭ୍ଯ ପ୍ରାର୍ଥୀ ଦାଖଲ କରିଛନ୍ତି। ସେହିପରି ଭବାନୀପାଟଣା ସଦରରେ ଓ୍ବାର୍ଡ ମେମ୍ବର ୭୬ ସରପଞ୍ଚ ପ୍ରାର୍ଥୀ ୧୫ ଓ ସମିତି ସଭ୍ଯ ୧୦ ଜଣ ପ୍ରାର୍ଥୀ ଦାଖଲ କରିଥିବା ବେଳେ ଥୁଆମୂଳ ରାମପୁର ବ୍ଳକରେ ୩୧ ଜଣ ଓ୍ବାର୍ଡ ମେମ୍ବର, ସରପଞ୍ଚ ୫ ଜଣ,ସମିତି ସଭ୍ଯ ପ୍ରାର୍ଥୀ ୪ ଜଣ ପ୍ରାର୍ଥୀ ନମାଙ୍କନ ପତ୍ର ଦାଖଲ କରିଥିବା ସୂଚନାରୁ ଜଣାପଡିଛି।
previous post