ସାବତ ଭାଇ
କଥା ଟି ଆରମ୍ଭ ହୁଏ ରାମ ପୁର ଗାଁ ର ହରି ବାବୁ ଙ୍କ ପରିବାର କୁ ନେଇ। ହରି ବାବୁ ତାଙ୍କ ପ୍ରଥମ ସ୍ତ୍ରୀ ର ବିୟୋଗ ପରେ ଦ୍ଵିତୀୟ ବିବାହ କଲେ।ପ୍ରଥମ ସ୍ତ୍ରୀ ର ଗୋଟିଏ ପୁଅ ଥିଲା।କିନ୍ତୁ ଦ୍ଵିତୀୟ ସ୍ତ୍ରୀ ର ଝିଅ ଟିଏ ଜନ୍ମ ହେଲା।
ଦ୍ବିତୀୟ ସ୍ତ୍ରୀ ର ନାମ ଚମ୍ପା। ସେ ବହୁତ ନିଷ୍ଠୁର ସ୍ଵଭାଵ ର ଥିଲା।
ସେ ହରି ବାବୁ ଙ୍କ ପ୍ରଥମ ସ୍ତ୍ରୀ ର ପୁଅ କୁ ଅର୍ଥାତ ତା ସାବତ ପୁଅ କୃଷ୍ଣ କୁ ବହୁତ କଷ୍ଟ ଦିଏ।କିନ୍ତୁ ନିଜ ଝିଅ ମୋନା କୁ ବହୁତ ଭଲ ପାଏ।
ମୋନା ବି ନିଜ ମାଆ ଠାରୁ ଶିଖି ନିଜ ସାବତ ଭାଇ କୁ ବହୁତ କଷ୍ଟ ଦିଏ। ମାଆ ଝିଅ ଦୁହେଁ ମିଶି କୃଷ୍ଣ କୁ ପାଠ ପଢି ବାକୁ ଦେଲେ ନାହିଁ।ସେମାନେ ତାକୁ ଘର କାମ କରେଇଲେ।ବିଲ କୁ ଚାଷ କରିବାକୁ ପଠେଇଲେ।ସେ ବହୁତ ଦୁଃଖରେ ରହିଲା।ବେଳେ ବେଳେ ଖାଇବାକୁ ବି ମିଳେନି।
ଅନେକ ଦିନ ବିତି ଗଲା।ମୋନା ଓ କୃଷ୍ଣ ବଡ଼ ହେଲେ।ମୋନା କଲେଜ କୁ ଗଲା।ସେଠାରେ ମୋନା କୁ ସେହି କଲେଜ ର ଏକ ଯୁବକ ଫସେଇ ଦେଲା।ପ୍ରେମ କରିବା ବାହାନାରେ ମୋନା କୁ ଦୁଷ୍କର୍ମ ବି କଲା।ଏ କଥା ଦିନେ କୃଷ୍ଣ ଜାଣିଲା।
ସେ କାହାକୁ କିଛି ନ କହି ମୋନା ଠାରୁ ସେ ପିଲା କୁ ଦୁରେଇ ଦେଲା।
ତାର ସ୍ଵଭାଵ ପାଇଁ ସେ ପିଲା କୁ ପୋଲିସ ପାଖକୁ ନେଲା।ମୋନା ଏବେ ତା ସାବତ ଭାଇ କୁ ବୁଝି ପାରିଲା।
ମୋନା ସାବତ ଭାଇ ହାତ ରେ ରାକ୍ଷୀ ବାନ୍ଧି କହିଲା ଭାଇ ତୁ ମୋ ସୁରକ୍ଷା କରିଛୁ ମୋତେ ତୁ କ୍ଷମା କରିଦେ।ସେହି ଦିନ ଠୁ ମୋନା ଓ ତା ମାଆ କୃଷ୍ଣ କୁ ଆଉ କଷ୍ଟ ଦେଲେ ନାହିଁ।
ଭାଇ ସବୁ ବେଳେ ଭାଇ ହୋଇ ଥାଏ।ସେ ସାବତ ହେଲେ ବି ଭଉଣୀ କୁ ଭଲ ପାଇ ତା ସୁରକ୍ଷା କରେ।
ସୁରେଶ ଚନ୍ଦ୍ର ପାଢୀ
ବୁଗୁଡ଼ା,ଗଞ୍ଜାମ