ଫୁଲବାଣୀ -: ଆଜି ତା ୨୧/୧୦/୨୦୨୨ ରିଖ ଦିନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ସହୀଦ ଯବାନ ଙ୍କର ସ୍ମୃତି ଉଦେଶ୍ୟ ରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ଙ୍କର ଅଧ୍ୟକ୍ଷତାରେ ୬୩ ତମ ସହୀଦ ସ୍ମୃତି ଉତ୍ସବ ୨୦୨୨ ପାଳନ ହୋଇଥିଲା। ଉକ୍ତ ଉତ୍ସବ ର ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ସହୀଦ ଯବାନ ଙ୍କର ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସହିତ ସହୀଦ ମାନଙ୍କର ତ୍ୟାଗ ସମର୍ପଣ ବଳିଦାନ କୁ ସମ୍ମାନ ପ୍ରଦର୍ଶନ କରିଥିବା ବେଳେ ସହୀଦ ସ୍ମୃତି ଉତ୍ସବ ର ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ମଧ୍ୟ ଦେଶ ରାଜ୍ୟ ଉଦେଶ୍ୟ ରେ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ନିଜ ପ୍ରାଣ କୁ ବଳିଦାନ ଦେଇଥିବା ସହୀଦ ଯବାନ ମାନଙ୍କର ସହୀଦ ସ୍ତମ୍ଭ ରେ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନ ପ୍ରଦର୍ଶନ କରିଥିଲେ। ସହୀଦ ମାନଙ୍କର ପରିବାର ଲୋକମାନେ ସହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ଏହି ସ୍ମୃତି ଉତ୍ସବ ଯୋଗ ଦେଇଥିବା ଅନ୍ୟାନ୍ୟ ସମସ୍ତ ପୋଲିସ ଅଧିକାରୀ ସହୀଦ ମାନଙ୍କର ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ପାଟିଲ ଓ ଏସ୍ପି କନ୍ଧମାଳ ଶ୍ରୀ ଅଗ୍ରୱାଲ ସହୀଦ ପରିବାର ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବ ପାଳନ ଦିବସ ଅବସରରେ ପୋଲିସ ବାହୀନୀ ତରଫରୁ ରିଜର୍ଭ ପୋଲିସ ଇନିଷ୍ପେକଟର ପ୍ୟାରେଡ଼ କମାଣ୍ଡର ଧର୍ମେନ୍ଦ୍ର ପ୍ରଧାନ ଓ ସେକେଣ୍ଡ କମାଣ୍ଡର ସରଜେଣ୍ଟ ସରୋଜ କୁମାର ବେହେରା ଙ୍କର ନେତୃତ୍ୱରେ ପ୍ୟାରେଡ଼ କରାଯାଇଥିବା ବେଳେ ସହୀଦ ସୁନାସିର ମହାନ୍ତି, ଉମାକାନ୍ତ ଜାନୀ, ଏସ କେ ଲେଙ୍କା ଙ୍କର ସ୍ମୃତି ଉଦେଶ୍ୟ ରେ ରାଷ୍ଟ୍ର ସମ୍ମାନ ତୋପସଲାମୀ ଦିଆଯାଇଥିଲା। ଉକ୍ତ ସ୍ମୃତି ଉତ୍ସବ ଦିବସ ପାଳନ ଅବସରରେ ସ୍ଥାନୀୟ ପୋଲିସ ମେଡ଼ିକାଲ ପରିସର ମଧ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ପ୍ରଥମେ ରକ୍ତଦାନ କରି ଉଦଘାଟନ କରିଥିଲେ। ଏହି ଉଦ୍ଧେଶ୍ୟରେ ରିଜର୍ଭ ପୋଲିସ ପଡିଆ ଠାରେ ସହୀଦ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ