ରାଉରକେଲା/ ସେକ୍ଟର ୧୬ସ୍ଥିତ ଡିଏଭି ସ୍କୁଲ ଇଣ୍ଟ୍ରାକ୍ଟ କ୍ଲବର ଦ୍ବିତୀୟ ପ୍ରତିଷ୍ଠାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପେ ଦୀପିକା ଇଂରାଜୀ ବିଦ୍ୟାଳୟର ପ୍ରାଥମିକ ବିଭାଗ ଉପ ଅଧୀକ୍ଷକ ଅଞ୍ଜଳୀ ଶତପଥି ଯୋଗ ଦେଇ ଖାଦ୍ୟ ନଷ୍ଟର କ୍ଷତି,ଖାଦ୍ୟ ଠିକ୍ ରୂପେ ଗ୍ରହଣ ଆଦି ଖାଦ୍ୟର ଗୁରୁତ୍ବ ସମ୍ପର୍କରେ ମନ୍ତବ୍ଯ ଦେଇଥିଲେ। ଇଣ୍ଟ୍ରାକ୍ଟ କ୍ଲବ ସଭାପତିଙ୍କ ଆବାହକତ୍ବ ଓ ରୋଟାରୀ କ୍ଲବ୍ ରାଉରକେଲା ଅଧ୍ୟକ୍ଷତାରେ ଆୟୋଜିତ ନିଆଁ ବିହୀନ ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଯଶବିନ୍ଦର କୌର୍ ଙ୍କ ପ୍ରେତ୍ସାହନରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଶ୍ଵ ଖାଦ୍ୟ ଦିବସ ଉପଲକ୍ଷେ ଜଙ୍କଫୁଡ ଶରୀର ପାଇଁ କ୍ଷତିକାରକ ବୋଲି ବାର୍ତ୍ତା ଦିଆଯାଇଥିଲା । ଅଂଶଗ୍ରହଣ କରିଥିବା ୩୪ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର,କଲମ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ର ପ୍ରଶାନ୍ତ ଝା ଧନ୍ୟବାଦ ଅର୍ପଣ କରିଥିଲାବେଳେ । କାର୍ଯ୍ୟକ୍ରମକୁ ଲୋପାମୁଦ୍ରା ବେହେରା ପରିସମାପ୍ତି ଘୋଷଣା କରିଥିଲେ । ମୁଖ୍ଯତଃ ପ୍ରଧାନ ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶ ଓ ଯୋଗଦାନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ସହ ଆକର୍ଷଣୀୟ କରିବାରେ ସହାୟକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ଷ୍ଟିଲ ସିଟି ତରଫରୁ ରୋଟାରିଆନ ଅଞ୍ଜଳି ଶତପଥୀ, ରୋଟାରିଆନ୍ ପି କେ ପତି, ରୋଟାରିଆନ ଡଃ ସରିତା ମଲ୍ଲ,ରୋଟାରିଆନ ରଶ୍ମି ଦାସ,ରୋଟାରିଆନ୍ ସନ୍ଧ୍ୟା ସାହୁ,ରୋଟାରିଆନ୍ ଚମ୍ପାବତି ଅମାତ, ରୋଟାରିଆନ୍ ସୁଚିଶ୍ମିତା ବିଶ୍ୱାସ, ରୋଟରିଆନ୍ ସନ୍ଧ୍ୟାରାଣୀ ବରାଳ, ରୋଟାରିଆନ୍ ପୂନମ କାପୂର, ରୋଟାରିଆନ୍ ଲଳିତା ମୁଦୁଲି , ରୋଟାରିଆନ୍ କାବେରୀ ବାନାର୍ଜି ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ରୋଟାରିଆନ୍ ନିବେଦିତା ମିଶ୍ର,ରୋଟାରିଆନ୍ କୁଲଜିତ କୌର ବିଚାରକ ଦାୟିତ୍ୱ ତୁଲାଇଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ