ହ୍ୱାଟ୍ସଆପ ଆଣିପାରେ ନୂଆ ଫିଚର । ହ୍ୱାଟ୍ସଆପ ୟୁଜର୍ସ ଏକ୍ସପିରିୟନ୍ସକୁ ଉନ୍ନତ କରିବାକୁ ବେଳେବେଳେ ନୂଆ ନୂଆ ଫିଚର ଆସିଥାଏ । ଏହା ଷ୍ଟେବଲ ଭର୍ଜନରେ ଆସିବା ପୂର୍ବରୁ ଏହାକୁ ଡେଭଲପର୍ସ ବିଟା ଭର୍ଜନରେ ଟେଷ୍ଟ କରିଥାନ୍ତି । ବିଟା ଭର୍ଜନରେ ଏକ ନୂଆ ଫିଚର ଦେଖିବାକୁ ମିଳିଛି, ଯାହା ଆଗାମୀ ସମୟରେ ଷ୍ଟେବଲ ଭର୍ଜନରେ ଦେଖିବାକୁ ମିଳିପାରେ।ବର୍ତ୍ତମାନ ଗ୍ରୁପ ଚାର୍ଟରେ ୟୁଜର ମେସେଜ କଲେ ତାଙ୍କ ନମ୍ବର ଓ ନାଁ ଆସିଥାଏ । ହେଲେ ଆଗାମୀ ଅପଡେଟରେ ଏହା ବଦଳିବାକୁ ଯାଉଛି । ଏହି ଫିଚର ଅପଡେଟ ହେଲା ପରେ ଗ୍ରୁପରେ ମେସେଜ କରିବା ପରେ ଆପଣଙ୍କ ନମ୍ବର ସହ ଫଟୋ ଦେଖାଯିବ । ବର୍ତ୍ତମାନ ହ୍ୱାଟ୍ସଆପ ଏହି ଫିଚର ଉପରେ କାମ କରୁଛି ।
ହ୍ୱାଟ୍ସଆପ ର ଲାଟେଷ୍ଟ ଫିଚର ବର୍ତ୍ତମାନ ଆଇଓଏସ ବିଟା ବର୍ଜନ ୨୨.୧୮.୦.୭୨ରେ ଦେଖିବାକୁ ମିଳିଛି । ଏହାର ସ୍କ୍ରିନସଟ୍ ଡବ୍ଲୁଏବିଟାଇନଫୋ ଜାରି କରିଛି । ଏଥିରେ ସ୍ପଷ୍ଟ ଦେଖାଯାଉଛି ଯେ ୟୁଜର୍ସ ମେସେଜ ସହ ନିଜ ଫଟୋ ମଧ୍ୟ ଦେଖିପାରିବେ । ଯଦି ୟୁଜର ଡିପି ଦେଇନଥିବେ କିମ୍ବା ପ୍ରାଇଭେସି ସେଟିଙ୍ଗ ଯୋଗୁଁ ଦେଖାଯାଉନଥିବ ତେବେ ସେଠାରେ ଡିଫଲ୍ଟ ଆଇକନ ସୋ କରିବ । ଏହାଦ୍ୱାରା ମେସେଜ ପଠାଉଥିବା ବ୍ୟକ୍ତିଙ୍କୁ ଆପଣ ସହଜରେ ଚିହ୍ନଟ କରିପାରିବେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…