ରାଉରକେଲା/ସେକ୍ଟର -୪ କାଳୀପୂଜା କମିଟି ଆନୁକୂଲ୍ୟରେ କାଳୀପୂଜା ମହୋତ୍ସବ ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସେଣ୍ଟ୍ରାଲ ପୂଜା କମିଟି ର ସାଧାରଣ ସମ୍ପାଦକ ବିରାଜ ମୋହନ ବିଶ୍ବାଳ ଯୋଗ ଦେଇଥିଲେ। ଏହି ଅବସରରେ କମିଟି ସଭାପତି ରବି ନାରାୟଣ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।ପରେ କୁଇଜ ଓ ଜୁନିଅର ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯେଉଁଥିରେ ୧୦ ବର୍ଷ ରୁ କମ କୁନି କୁନି ପ୍ରତିଭା ନିଜ ର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ବହୁ ସଂଖ୍ୟା ରେ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମ ର ମଜ୍ଜା ନେଇଥିଲେ।ଏଥି ସହ ପେଣ୍ଡାଲ ରେ ଲାଗିଥିବା ମୀନା ବଜାର ମେଳା ର ଭରପୁର ଆନନ୍ଦ ଉଠାଇଥିଲେ। ଏହି ମୀନା ବଜାର ମେଳା ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତ୍ୟହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଆଜି ବରିଷ୍ଠ ସୋଲୋ ଡ୍ଯାନ୍ସ ପ୍ରତିଯୋଗିତା ହେବାକୁ ଥିବା ବେଳେ ଶନିବାର ଦିନ ଗ୍ରୁପ ଡ୍ଯାନ୍ସ ପ୍ରତିଯୋଗିତା ହେବ। ମହିଳା ମାନଙ୍କ ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ହୁଳହୁଳି, ଶଙ୍ଖ ଫୁଙ୍କା ଓ ଫନ୍ ଗେମ୍ସ ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ୍ ଚାଲୁ ରହିଛି। ଏଥିପାଇଁ ମୋବାଇଲ ନମ୍ବର:୯୦୯୦୦୮୧୧୮୦ ଓ ୮୯୧୭୫୮୯୪୬୧ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। କାର୍ଯ୍ୟକ୍ରମ ସଫଳ ଆୟୋଜନ ରେ ଗିରିଶ ଚନ୍ଦ୍ର ଶତପଥୀ, ସୁବ୍ରତ କୁମାର ସାହୁ,ରାହୁଲ ରାଏ,ବ୍ରଜ ବିହାରୀ ତ୍ରିପାଠୀ, ରାମଚନ୍ଦ୍ର ଗୈାଡ, ପ୍ରିୟବ୍ରତ ଦାସ, ଜସମୋହନ ପୋଢ,ରବି ବାରିକ,ସୋନୁ ମାହାନ୍ତି, ରାଜା ବାରିକ, ଉମେଶ ପରିଡ଼ା,ସୁବାଷ ପଣ୍ଡା, ଅମର ଆଚାର୍ଯ୍ୟ,ଆର ଏନ ବେହେରା ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ