ପାପଡାହାଣ୍ଡି, 29/10,ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜିଆଗୁଡା ଗ୍ରାମରେ ଅଘୋଷିତ ବିଦ୍ୟୁତକାଟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିନା ସୂଚନାରେ ବିଦ୍ୟୁତ ବିଭାଗ ଗତ 10ଦିନ ହେଲା ବିଦ୍ୟୁତ କାଟ କରିଥିବାରୁ ଲୋକେ ହନ୍ତ ସନ୍ତ ହେବା କହିଛନ୍ତି | ଏ ନେଇ ସେମାନେ ଆଜି ରାସ୍ତା କୁ ଓଲ୍ଲାଇବା ସହ ସମସ୍ୟାର ଶୀଘ୍ର ସମଧାନ ଲାଗି ଦାବି କରିଛନ୍ତି | ଗତ ଦଶ ଦିନ ହେଲା କାରଣ ନ ଦର୍ଶାଇ ତୁରଞ୍ଜିଆଗୁଡା ଗ୍ରାମର ଉପର ସାହିରେ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟି ଦେଇଛନ୍ତି ।ଯାହା ଯୋଗୁଁ ଗାଁ ଲୋକେ ଅନ୍ଧାରରେ ରହିଥିବା ପ୍ରକାଶ କରିଛନ୍ତି । ନବେ ପ୍ରତିଶତ ପରିବାର ବିଦ୍ୟୁତ ବିଲ ପଇଠ କରିଥିବା ବେଳେ ଦଶ ପ୍ରତିଶତ ପରିବାର ବିଲ ପଇଠ କରି ନାହାଁନ୍ତି ।କିନ୍ତୁ ସମସ୍ତଙ୍କ ପରିବାରର ବିଦ୍ୟୁତ କାଟିବା କେତେଦୂର ଯଥାର୍ଥ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ଏନେଇ ସ୍ଥାନୀୟ ମଇଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ଖବର ପାଇ ଗ୍ରାମରେ ପହଁଚିବା ସହ ବିଦ୍ୟୁତ ବିଭାଗର କାର୍ଯ୍ୟକୁ ନା ପସନ୍ଦ କରିଛନ୍ତି | ସେ କହିଛନ୍ତି ଯେ ,ଗ୍ରାମବାସୀ ଅଭିଯୋଗ କଲାପରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ଯୋଗାଯୋଗ କରିଥିଲି କିନ୍ତୁ କେହିବି ଶୁଣୁ ନାହାନ୍ତି ଫୋନ କଲେ ଅଧିକାରୀ ମାନେ ଉଠାଉ ନାହାନ୍ତି । ବିଦ୍ୟୁତ କାଟ ଯୋଗୁଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା କହିବା ସହ ବିଦ୍ୟୁତ ବିଭାଗ ସରପଞ୍ଚ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବା ଉଚିତ | ଲୋକଙ୍କୁ ବିଲ ପୈଠ ପାଇଁ ଦି, ଚାରିଦିନ ସମୟ ଦେବା ଦରକାର ବୋଲି ମତପ୍ରକାଶ କରିଛନ୍ତି | ଏପଟେ ଗ୍ରାମବାସୀ ଦୁଃଖର ସହିତ ଏହାର ସମାଧାନ କରିବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ।
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ