ଢେ଼ଙ୍କାନାଳ(ମସିହା)୦୧/୧୧_ ହିନ୍ଦୋଳ ଏନଏସିର ମାସିକ ପାରିଷଦ ବୈଠକ ଏନଏସିର ଅଭ୍ୟର୍ଥନା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଉଛି। ଉକ୍ତ ବୈଠକରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଉପସ୍ଥିତ ରହି ଏନଏସିରେ ବାକି ରହିଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ତତ୍ ସହ ଏନଏସି ନିର୍ବାହୀ ଅଧିକାରୀଙ୍କ ସମେତ ପାରିଷଦ ବର୍ଗଙ୍କୁ ଠିକ ଭାବରେ ନିଜ ୱାର୍ଡ ର ଉନ୍ନୟନ ମୂଳକ କାର୍ଯ୍ୟ ସୂଚାରୁରୂପେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି lଏହି ବୈଠକରେ ଜଳ ଯୋଗାଣ ପାଇଁ ୧୬ଗୋଟି ୱାର୍ଡରେ ଜଳ କ୍ଲିଷ୍ଟ ନିବାରଣ ର କାର୍ଯ୍ୟ ବିଧି ସମ୍ପାଦନ ପରିପ୍ରେ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଯେଉଁ ୱାର୍ଡ ଗୁଡିକରେ କାମ ବାକି ଅଛି ପ୍ରସ୍ତାବ ପାରିତ କରି ଯଥା ଶୀଘ୍ର ପ୍ରକଳ୍ପ ତ୍ଵରାନିତ କରିବାକୁ କହିଛନ୍ତି lଏହି ବୈଠକ ରେଏନଏସିର ଅଧ୍ୟକ୍ଷ ଟିମା ବେହେରାଙ୍କ ସମେତ ଏନଏସିର ନିର୍ବାହୀ ଅଧିକାରୀ ସମସ୍ତ କାଉନସିଲର, ସମସ୍ତ ଏନଏସିର କର୍ମଚାରୀ ଉପସ୍ଥିତ ଥିଲେ।ବୈଠକ ପରେ ପରେ ପାରିଷଦ ବର୍ଗ ଏବଂ ଯୁବ ସଭାପତି ଓ ଦଳୀୟ କର୍ମୀଙ୍କ ସହ ଆରାଧ୍ଯ ଜଗନ୍ନାଥ ମନ୍ଦିର କୁ ଯାଇ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ପ୍ରସାଦ ସେବନକରିଥିଲେ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍