ଭବାନୀପାଟଣା: ମ ନି ସ/ ତା ୨୬/୧୧/୨୦୨୨ ରିଖ /ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ୧୯୪୯ ମସିହା ନଭେମ୍ବର ୨୬ ତାରିଖ ରେ ଭାରତ ନିଜସ୍ୱ ସମ୍ବିଧାନ ପାଇଥିଲା ଓ ଏହି ସମ୍ବିଧାନ ଲେଖିବା ରେ ଡ଼ା. ବାବା ସାହେବ ଆମ୍ବେଦକର ଙ୍କ ର ଭୂମିକା ଅତୁଳନୀୟ ଥିଲା ଏବଂ ଦେଶର ସମ୍ବିଧାନ ହେଉଛି ସର୍ବୋଚ୍ଚ ଗ୍ରନ୍ଥ ଓ ଏହାର ସୁରକ୍ଷା ହେଉଛି ସମସ୍ତ ଭାରତୀୟ ଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ। ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତି ଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ସଭା ପରିଚାଳନା କରିଥିଲେ ଓ ଶିକ୍ଷକ ବସନ୍ତ ନାଏକ ଧନ୍ୟବାଦ ଦେଇଥିଲେ ଓ ବୃଷଭ ଦାଶ, ବିକାଶ ଦାଶ, ସୁଶାନ୍ତ ନାଏକ, ନରେନ୍ଦ୍ର ସୁନାନୀ ସକ୍ରିୟଅଂଶ ଗ୍ରହଣ କରି ସହଯୋଗ କରିଥିଲେ। ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା।
ମସିହା ନିଉଜ ସର୍ଭିସ୍