ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୬ ମାସ ହେଲା ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି ।ଯାହା ଫଳରେ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଠପ ହୋଇ ପଡିଛି ।ଫଳରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି ।ପ୍ରକାଶ ଥାଉକି ପୂର୍ବରୁ ଏହି ବିଦ୍ୟାଳୟରେ ନରେନ୍ଦ୍ର ନେଗି ଖେଳ ଶିକ୍ଷକ ରହିଥିଲେ ।ତାଙ୍କ ଅବସର ପରେ ବିଦ୍ୟଳୟରେ ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି ।ଯାହାକି ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଚୁପ ରହିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି ।ବିଦ୍ୟଳୟରେ ଖେଳ ଶିକ୍ଷକଙ୍କ ମୁଖ୍ୟ ଦାୟିତ୍ୱ ରହିଥାଏ । ବିଶେଷ କରି ବିଦ୍ୟଳୟ ସ୍ତରୀୟ କ୍ରୀଡା ଆୟୋଜନ କରିବା ,ଛାତ୍ର ଛାତ୍ରୀ ଙ୍କୁ ଡ୍ରିଲ ଶିଖେଇବା ,ବ୍ୟାୟାମ କରିବା ଓ ଯୋଗା କରିବା ସହ ଛାତ୍ର ଛାତ୍ରୀ ଙ୍କ ସୁସ୍ତ ସ୍ୱାସ୍ଥ୍ୟ ଗଠନ ଦିଗରେ କ୍ରୀଡା ମୁଖ୍ୟ ରହିଥାଏ । ଯାହାକି ବିଦ୍ୟାଳୟ ମାନଙ୍କରେ ଅ।ରମ୍ବ ହୋଇଥାଏ । ଯାହାକି ବିଦ୍ୟାଳୟ ର ଖେଳ ଶିକ୍ଷକଙ୍କ ଦାୟିତ୍ୱ ରହିଥାଏ । ସରକାର ବିଦ୍ୟଳୟ ମାନଙ୍କରେ କ୍ରୀଡା ପ୍ରତି ଗୁରୁତ୍ୱ ଦେଇଛନ୍ତି ।ମାତ୍ର ଶିକ୍ଷକ ନ ଥିବାରୁ ଅନେକ ଛାତ୍ର ଛାତ୍ରୀ କ୍ରୀଡ଼ାରୁ ବଞ୍ଚିତ ହେଉଛନ୍ତି ।ଏଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଖାଲି ପଡିଥିବା ଖେଳ ଶିକ୍ଷକ ତୁରନ୍ତ ନିଯୁକ୍ତି କରିବା ପାଇଁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମହଲରେ ଦାବି ହେଉଛି ।
ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା