ମସିହା ବ୍ୟୁରୋ _୨୯/୧୧: ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ତାଳଚେର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଙ୍କର ନେତୃତ୍ୱରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଆଜିର ଏହି କାର୍ଯ୍ୟକ୍ରମ ରେ ତାଳଚେର ଚିକିତ୍ସାଳୟର ସମସ୍ତ ଡାକ୍ତର, ସମାଜସେବୀ ବଳରାମ ପତି ଯୋଗଦାନ ଦେଇ ଫଳ ବଣ୍ଟନ କରି କହିଥିଲେ l ଫଳ ବଣ୍ଟନ କାର୍ଯ୍ୟ ଏକ ମହତ କାର୍ଯ୍ୟ ଏହି କାର୍ଯ୍ୟ ରେ ଆମେ ଭାଗ ନେଇଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଅଛୁ, ଆମ ସମସ୍ତଙ୍କର କିଛି ନା କିଛି ଆମ ସମାଜ ପାଇଁ କରିବା ନିହାତି ଆବଶ୍ୟକ, ଯେମିତି କି ଫଳ ବଣ୍ଟନ, ରକ୍ତଦାନ, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ କରିବା ଦ୍ୱାରା ଆମେ ନିଜେ ଆତ୍ମସନ୍ତୋଷ ପାଇବା ସହ ଅନ୍ୟର ଦୁଃଖରେ ସୁଖରେ ଆମେ ସାମିଲ ହୋଇ ପାରୁ ଅଛନ୍ତି, ଏହା ଠାରୁ ଆଉ ମହତ କାର୍ଯ୍ୟ କଣ ହୋଇଥାଇପାରେ, ଏଣୁ ସମସ୍ତ ଯୁବସମାଜ ସାମାଜିକ କାର୍ଯ୍ୟକ୍ରମ ରେ ସମସ୍ତେ ଆଗେଇ ଆସନ୍ତୁ, ଆପଣ ମାନେ ହିଁ ଆମର ଆଗାମୀ ଦିନରେ ଭବିଷ୍ୟତ କହି ମତ ରଖିଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ତାଳଚେର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ, ସୁରକ୍ଷା କର୍ମୀ ଭାଇ ଭଉଣୀ,ପ୍ରମୁଖ ସାମିଲ ହୋଇଥିଲେ l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରଜହସ୍ତୀ ଙ୍କ ରିପୋର୍ଟ୍