ବ୍ୟୁରୋ ନିଉଜ / ଅଦ୍ୟ ତା 29.11.2022 ରିଖ ସନ୍ଧ୍ୟା 7ଘଟିକା ରେ ଢେଙ୍କାନାଳ ର ବିଶିଷ୍ଟ ଗାଳ୍ପିକ ତଥା ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈ ବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ଙ୍କ ର ଧର୍ମପତ୍ନୀ ସ୍ବର୍ଗତା ସୁରମା ନନ୍ଦ ଙ୍କର ପଞ୍ଚମ ତିରୋଧାନ ଦିବସ ରେ ଶ୍ରୀ ନନ୍ଦଙ୍କ ବାସଭବନ ରେ ଶ୍ରଦ୍ଧାଞ୍ଜଳି ଦେଲେ ଥିଙ୍କର୍ସ ଫୋରମ ର ସଦସ୍ୟ ମାନେ | ଉକ୍ତ ଶ୍ରଦ୍ଧାଞ୍ଜଳି ଉତ୍ସବ ରେ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ, ବରିଷ୍ଠ ସଦସ୍ୟ ଅବିନାଶ ପଟ୍ଟନାୟକ ଙ୍କ ସମେତ ବିନୋଦ ମଲ୍ଲିକ, ବିବେକାନନ୍ଦ ଷଡ଼ଙ୍ଗୀ, ବୈକୁଣ୍ଠ ନାଥ ଦ୍ବିବେଦୀ, ବିଭୁ ନାରାୟଣ ଦ୍ବିବେଦୀ, ବିଶ୍ୱଜିତ ବରାଳ ପ୍ରମୁଖ ଉପସ୍ଥିତ ଥାଇ ସମସ୍ତ ସଦସ୍ୟ ବୃନ୍ଦ ସ୍ବର୍ଗତା ନନ୍ଦ ଙ୍କ ଗୁଣଗାନ କରିବା ସମୟ ରେ ସେ ଜଣେ ସାହିତ୍ୟ ପ୍ରେମୀ ସୁଗୃହିଣୀ ଥିଲେ ବୋଲି ପ୍ରକାଶ କରିଥିଲେ |ଉକ୍ତ ଶ୍ରଦ୍ଧାଞ୍ଜଳି ଉତ୍ସବ ରେ ସ୍ଵାଗତା ସୁରମା ନନ୍ଦ ଙ୍କ ସ୍ୱାମୀ ଶ୍ରୀ ସୁଶୀଳ କୁମାର ନନ୍ଦ ଏବଂ କନ୍ୟା ଶୁଭଶ୍ରୀ ନନ୍ଦ ଉପସ୍ଥିତ ଥାଇ ସ୍ବର୍ଗତା ନନ୍ଦ ଙ୍କର ସ୍ମୃତିଚାରଣ କରିବା ସହ ଫୋରମ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।ଏହି ଅବସର ରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଦସ୍ୟ ମାନେ ସର୍ବସମ୍ମତି କ୍ରମେ ନିଷ୍ପତି ନେଇ ସ୍ବର୍ଗତା ନନ୍ଦ ଙ୍କ ତିରୋଧାନ ଦିବସ କୁ ଆସନ୍ତା ବର୍ଷ ଠାରୁ ଅନୁଷ୍ଠାନିକ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ |
ମସିହା ନିଉଜ ସର୍ଭିସ୍