ଝୁଲ ରେ ମୁକୁନ୍ଦ ଝୁଲ
ସପ୍ତମୀ ରାତିର ଘନ ଅନ୍ଧକାର
ବରଷେ ବରଷା ଧାର
କଂସର ଡଗର ଧାଇଁ ତର ତର
ବେଳକି ହେଲା ଉଛୁର
ହୁକୁମ ଆସିଛି କଂସ ଦରବାରୁ
ସାବଧାନ ରହିବାର
ସପ୍ତମୀ ରାତିର ଘନ ଅନ୍ଧକାର
ବରଷେ ବରଷା ଧାର………………..
ଉଆଁସ ଆକାଶେ ଉଇଁକି ଆସିବେ
ଅଷ୍ଟମ ଚନ୍ଦ୍ର ଉଦିଆ
ସବୁ ପାପ ତାପ ବିନାଶ ହୋଇବ
ଲାଗେ ଖାଲି ଦଗାଦିଆ
ଉଛୁଳି ଉଠୁଛି ଯମୁନାର ନିର
ଦୁଈକୂଳ ଖାଇବାର
ସପ୍ତମୀ ରାତିର ଘନ ଅନ୍ଧକାର
ବରଷେ ବରଷା ଧାର………………..
ଆହେ କଳା ଚାନ୍ଦ ମୋ ବାଳ ମୁକୁନ୍ଦ
ଝୁଲି ଝୁଲି ଆସ ଧୀର
କରନି ଅଝଟ ଭାଙ୍ଗ ମାମୁଁ ଆଣ୍ଟ
ହେଲା ଘୋର ପାପଭାର
ସହିହେଉନାହିଁ ଅନ୍ୟାୟ ଅନୀତି
ଦିନୁ ଦିନ ଦୁରାଚାର
ସପ୍ତମୀ ରାତିର ଘନ ଅନ୍ଧକାର
ବରଷେ ବରଷା ଧାର…..
ସିତାଂଶୁ ଜେନା