କୋକସରା,୧୭/୯-( ମ ନି ସ) ଭାରତର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଶନିବାର ନେହେରୁ ଯୁବ କେନ୍ଦ୍ର,କଳାହାଣ୍ଡି ପକ୍ଷରୁ କ୍ରିୟାନୁଷ୍ଠାନ କମିଟି ସିଉନୀର ମିଲିତ ସହଯୋଗରେ କୋକସରା ବ୍ଲକର ସିଉନୀ ଠାରେ ବିକାଶ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଗିରିଶ ଚନ୍ଦ୍ର ସରାବୁ ଯୋଗଦେଇଥିଲେ। ସମାଜସେବୀ ପରେମଶ୍ବର ଦିଶାରୀ, ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, ସ୍ୱେଚ୍ଛା ସେବୀ ଦୁମାନ୍ୟ ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ବିକାଶ ଦିବସ ଉଦ୍ଦେଶ୍ୟ ଉପରେ ଆଲୋଚନା ଚକ୍ର ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ସମସ୍ତ କ୍ଷେତ୍ରରେ ମେଡ ଇନ ଇଣ୍ଡିଆ ତଥା ସ୍ୱଦେଶୀ ଜ୍ଞାନ କ୍ଷେତ୍ରରେ ଉନ୍ନତି ଆଣିବା, ଦେଶକୁ କିପରି ବିକଶିତ କରିବା ସେ ଦିଗରେ ଆଲୋଚନା ହୋଇଥିଲା । ଏଥିରେ କ୍ରିୟାନୁଷ୍ଠାନ କମିଟି ସଭାପତି ଭୁବନେଶ୍ୱର ଦିଶାରୀ, ଥବିର ନାୟକ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
next post