Uncategorized ଚିତ୍ରା ରାଣୀ ପାତ୍ର ଙ୍କ କବିତା ଅନୁରାଗ by Sunil Chandra NayakSeptember 17, 20220207 Share0 ଅନୁରାଗ ପ୍ରୀତି ଫୁଲ କେବେ ଫୁଟାଇ ପାରିଛ ନାୟିକା ଅଙ୍ଗନେ ଆସି?, ମରମକୁ କେବେ ଛୁଇଁକି ପାରିଛଚ ସୁଖ ସପନରେ ଭାସି।।୧।। ଅବ୍ୟକ୍ତ ଦୁଃଖର ଲହଡ଼ି ଦେଖକି ପ୍ରିୟାର ଉଦାସ ନେତ୍ରେ?, ଅନୁଭବିଛକି ହୃଦୟ ଜ୍ଵାଳାର ଦହନ ହୁଏତା ଗାତ୍ରେ।।୨।। ଆଖି ଲୁହ ପୋଛି ହସାଇ ପାରିଛ ତାର ଓଠ ଉପ କୂଳେ?, ବେଦନା ସବୁକୁ ହରି ନେଇ ତୁମେ ଦହିଛକି ସେ ଗରଳେ।।୩।। ଇନ୍ଦ୍ରଧନୁ ରଙ୍ଗ ବୋଳିକି ପାରିଛ ତା’ ତନୁ ବଲ୍ଲରୀ ଟିରେ?, ବସନ୍ତ ବିଭାଷେ ହଜାଇ ପାରିଛ ମଳୟ ସ୍ନିଗ୍ଧ ସମୀରେ।।୪।। ଜୋ ଛନା ରାତିରେ ଭିଜାଇ ପାରିଛ ପ୍ରୀତିର ପରଶ ଦେଇ?, କିରଣ ସବୁକୁ ଗୋଟାଇ ଦେଇଛ ତା’ର ପଣତରେ ନେଇ?।।୫।। ହା ହା କାର ଭରେ ତା ବୁକୁରେ ଯେବେ ଦେଇଛକି ଶୀତଳତା?, ବୁଝିଛକି କେବେ ଗହନ ମନର ବୁକୁ ତଳ ଦୁଃଖ କଥା?।।୬।। ଭାବ ପ୍ରବଣତା ବୁଝିନ ଏବେବି ପ୍ରିୟାର ଉଦାସ ନେତ୍ରେ, ସମର୍ପି ଦେଇଛି କେତେ ଅନୁରାଗେ ତୁମର କାମନା ସାଥେ।।୭।। ।। ଚିତ୍ରା ରାଣୀ ପାତ୍ର।। ।।ବାଲେଶ୍ଵର।।