ନୂଆପଡା ଜିଲ୍ଲା ଖଡ଼ିଆଳ ଭବାନୀପାଟଣା ୧୬ ରାଜ୍ୟ ରାଜପଥ ରାଣୀପୁର ଠାରେ ସଡକ ଦୁର୍ଘଟଣାରେ ଜଣେ ମୃତ । ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଦିବା ୧.୩୦ ମି ସମୟରେ ଖଡ଼ିଆଳ ସାହୁପଡା ନିବାସୀ ରାଧେଶ୍ୟାମ ସାହୁ (୫୨) ବର୍ଷ ରାଣୀପୁର ଠାରୁ ଖଡ଼ିଆଳ ଆସୁଥିବା ବେଳେ ଖଡ଼ିଆଳ ଠାରୁ ଭବାନୀପାଟଣା ଯାଉଥିବା ଓଡ଼ି ୦୮ ଏଲ ୧୬୮୬ କାର ଧକ୍କା ଦେଇଥିଲା ଗୁରୁତର ଅବସ୍ଥାରେ ଖଡ଼ିଆଳ ମିଶନ ଚିକିତ୍ସାଲୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖଡ଼ିଆଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବା ସହିତ ଚିକିତ୍ସାଲୟରୁ ସବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସବ ହସ୍ତାନ୍ତର କରିଥିବା ବେଳେ କେଶ ନଂ ୪୯୩/୨୧ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ନବଘନ ଗଉଡ଼ ପ୍ରକାଶ କରିଛନ୍ତି ।
(ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ )