ନୂଆପଡା:- ଜିଲ୍ଲା ଖଡ଼ିଆଳ ବ୍ଲକ ଵାଦୀ ଗ୍ରାମ ଠାରେ ଜିଲ୍ଲା ସ୍ତତୀୟ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଶିଳ୍ପଉଦ୍ୟୋଗ କୁ ଭବିଷ୍ୟତ ବାଛିବା ନେଇ ତାଲିମ ପ୍ରଦାନ କରାଯାଉଅଛି। ୬୦ ରୁ ଉର୍ଦ୍ଧ ଯୁବକ ଯୋଗ ଦେଇ ତାଲିମ ଗ୍ରହଣ କରିଥିବା ବେଳେ ଉଦଘାଟନ ଦିବସରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା, ସ୍କୁଲ ସହକାରୀ ଶିକ୍ଷକ, ଖଡ଼ିଆଳ ଶିଳ୍ପ ଅଧିକାରୀ ଆନନ୍ଦ ବେହେରା ପ୍ରମୁଖ ଯୋଗ ଦେଇ ଯୁବକଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦିଗହରା ନ ହୋଇ ଶିଳ୍ପ ଉଦ୍ୟୋଗ ଉପରେ ନିର୍ଭରଶୀଳ ହେବା ପାଇଁ ଆହ୍ବାନ କରିଛନ୍ତି। ସେହିପରି ବର୍ତ୍ତମାନ ଆଧୁନିକ ଯୁଗରେ ଆତ୍ମନିର୍ଭରଶୀଳ ହେବା ନେଇ ରାଜ୍ୟ ସରକାର ଅନେକ ଗୁଡାଏ ଯୋଜନା ପ୍ରଣୟନ କରିଛନ୍ତି। କ୍ଷୁଦ୍ର ଏବଂ କୁଟୀର ଶିଳ୍ପ ଦ୍ବାରା ନିଜସ୍ଵ ଛୋଟ ଛୋଟ ଶିଳ୍ପ ତିଆରି କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାର ସୁଯୋଗ ସୃଷ୍ଟି କରିପାରିବେ। (ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ )
previous post