ରାଇଘର, ୩/୧୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରିସର ମଧ୍ୟରେ ଥିବା ମଣ୍ଡେଇ ମଞ୍ଚ ଠାରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶନିବାର ସକାଳେ ଏକ ଶୋଭାଯାତ୍ରା ରେ ବାହାରି ବଜାର ପରିକର୍ମା କରିଥିଲେ । ଏହା ପରେ ମଣ୍ଡେଇ ମଞ୍ଚ ଠାରେ ଏକ ସଭାର ଅୟୋଜନ ହୋଇଥିଲା ଏହି ସଭାରେ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଈଶ୍ୱର ମାଝୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଶିବିର ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ କର ମୁଖ୍ୟ ଅତିଥଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ରାଇଘର ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ, ଅତିରିକ୍ତ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଅରବିନ୍ଦ ପରିମାଣିକ , ସୋନା ମାଝି , ବ୍ଲକ ଜି. ପି. ଓ ଅଜିତ କୁମାର ନନ୍ଦ, ରାଇଘର ସରପଂଚ ଲମ୍ବୋଦର ମାଝୀ, ଶ୍ରୀ ହର୍ଷ ମହାପାତ୍ର, ବିଜୟ କୁମାର ପାଢ଼ୀ,ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ମାନେ ସମାଜ ରେ ସମ୍ମାନ ସହ ସମାନ ଭାବରେ ସାମିଲ୍ ହୋଇ ରହିପାରିବେ। ତଥା ପିତା ମାତା , ପାରିବାର ର ସମସ୍ତ ସଦସ୍ୟ ତଥା ସରକାରଙ୍କ ସମସ୍ତ ସୁବିଧା ଏବଂ ସେମାନଙ୍କ ଭୂମିକା ଉପରେ ଉପରେ ଆଲୋକପାତ କରିଥିଲେ। ଏହା ପରେ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା ଚିତ୍ରାଙ୍କନ ପ୍ରତିଯୋଗିତା , ନାଚ ଗୀତ , ଆଦି ଅନୁଷ୍ଟିତ ହୋଇ କୃତି ଛାତ୍ର ଛାତ୍ରୀ ମାନଂକୁ ପ୍ରୁରସୃତ କରଯାଇଥିଲା। ଶିକ୍ଷକ ଅଭିରାମ ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ର ବହୁ ଶିକ୍ଷକ ଶିକ୍ଷୟତ୍ରୀ , ସି ଆର ସି ସି, ଓ ଆଇ ଇ ଭି ସରୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର କୁ ସହଯୋଗ କରିଥିଲେ। ବହୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଉପସ୍ଥିତ ଥିଲେ। କିରଣ କୁମାର ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଗୋଷ୍ଟି ସମ୍ବଳ ଶିକ୍ଷକ ଶୁକଦେବ ମଲିକ କାର୍ଯ୍ୟକର୍ମ ର ଉଦେଶ୍ୟ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।