ଢେଙ୍କାନାଳ (ମ ନି ସ)3/12 ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକାରେ ଜଣକର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନିହିଁ। କଙ୍କଡାହାଡ ଥାନା ବିରାଶାଳ କଲେଜ ନିକଟରେ ଦୁର୍ଘଟଣା ଘଟିଛି। ଅଜଣା ଗାଡିଟି ଧକାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବ୍ୟକ୍ତି ଜଣଙ୍କ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ। ସ୍ଥାନୀୟ ଲୋକଙ୍କ ତାଙ୍କୁ ଉଦ୍ଧାରକରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ଡାକ୍ତର ଏଠି ତାଙ୍କୁ ମୃତ ଘୋଷଣା କରୀଥିଲେ। ମୃତ ବ୍ୟକ୍ତି ଜଣକ ଦୀର୍ଘଦିନ ହେବ ବିରାଶାଳ ବଜାରରେ ମାନସିକ ବିକାରଗ୍ରସ୍ଥ ଅବସ୍ଥାରେ ବୁଲୁଥିଲେ କିନ୍ତୁ ତାଙ୍କର ପରିଚୟ ଜଣାପଡିନାହିଁ। ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମୃତକର ପରିଚୟ କିପରି ମିଳିପାରିବ ସେ ନେଇ ଚେଷ୍ଟା ଚଳାଇଛି। ଏବଂ ଶବଟିକୁ ଜିଲ୍ଲାର ଶବ ସଂଗୃହିତ ଗୃୁହରେ ୭୨ ଘଣ୍ଟା ରଖାଯିବା ପରେ ପ୍ରଶାସନ ନିଜେ ଶବ ଦାହ କରାଯିବ ବୋଲି ଜଣାପଡିଛି।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ