କ୍ଷେତାକ୍ତ ପ୍ରେମ
ସୁରେଶ ଚନ୍ଦ୍ର ପାଢୀ
କିଏ କହେ ପ୍ରେମ ଅଜୟ ଅମର
କିଏ କହେ ପ୍ରେମ ମୋର ମନ୍ଦିର
ପ୍ରେମ କାହା ପାଇଁ ସଜ ଫୁଟା ଫୁଲ
ପ୍ରେମ କରି କିଏ ପାଏ ତାର ଫଳ
ପ୍ରେମ ମୋ ପାଇଁ ହେଲା ବାସି ବିଞ୍ଛଣା
ପ୍ରେମ କରି ପାଇଛି ଜୀବନେ ପ୍ରତାରଣା
ପ୍ରେମିକଟିଏ ସିଏ ସଜାଇ ଦେଇଥିଲା
ପ୍ରେମ ନା ରେ ମିଠା ଜହର ପିଆଇଥିଲା
ପ୍ରେମ କରି ଦେଖି ଥିଲି ଦିବା ସ୍ୱପ୍ନ
ପ୍ରେମରେ କ୍ଷତାକ୍ତ ହୋଇଛି ମୋ ମନ
ପ୍ରେମ କରି କିଏ ସ୍ୱର୍ଗ ସୁଖ ପାଏ
ପ୍ରେମ କରି କିଏ ସର୍ବନାଶ ହୋଇ ଯାଏ
ପ୍ରେମିକା ଯଦି ବୁଝି ନ ପାରିବ ମନକୁ
ପ୍ରେମ କରି କି ଲାଭ କେତେ ସହିବି କ୍ଷତାକ୍ତକୁ
ପ୍ରେମ କାହା ପାଇଁ ଗଙ୍ଗାର ପବିତ୍ର ଧାରା
ପ୍ରେମ ମୋ ପାଇଁ ଛଳନା ଆଉ ଦୁଃଖ ର ପସରା
ପ୍ରେମ କରି କିଏ କରିଛି ଘର ସଂସାର
ପ୍ରେମ କରି ବରବାଦ ହେଲି କଲା ସେ ଛାରଖାର
ପ୍ରେମ କରିଥିଲି ଭଲ ପାଉଥିଲି ଭୁଲି ନିଜକୁ
ଏତେ ବେଇମାନ ସେ ପ୍ରେମିକା ଦେଲା ପ୍ରେମ କ୍ଷତାକ୍ତକୁ
ବୁଗୁଡ଼ା , ଗଞ୍ଜାମ