ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବୃକ୍ଷ ରୋପଣ
କୋକସରା,୨/୧୦ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁ ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଗାନ୍ଧୀଜୀ ଓ ଶାସ୍ତ୍ରିଜୀଙ୍କ ଜନ୍ମଦିନ ଅବସରରେ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା, ଛାତ୍ର ଛାତ୍ରୀ, ପ୍ରକୃତି ବନ୍ଧୁ ସରୋଜ ଚନ୍ଦ୍ର ସାହୁ, ତଥା ଲଡ଼ୁଗାଁ ଆରଣ୍ୟକ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ବୃନ୍ଦ ଙ୍ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ପ୍ରଥମେ ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ବୃକ୍ଷ ରୋପଣ ଆରମ୍ଭ କରିଥିଲେ l ତାଙ୍କ ସହିତ ଲଡ଼ୁଗାଁ ଆରଣ୍ୟକ ବ୍ରାହ୍ମଣ ସମାଜର ଉପସଭାପତି ପ୍ରଶାନ୍ତ କୁମାର ଯୋଷୀ, ସମ୍ପାଦକ ଶଶାଙ୍କ ମଉଳି ପାଢ଼ୀ, ସହ ସମ୍ପାଦକ ଭାରତ ଭୂଷଣ ଠାକୁର, ସଦସ୍ୟ ଧନଞ୍ଜୟ ମୁଣ୍ଡ, ରାଜେନ୍ଦ୍ର ଖାନସମl, ସୁଶୀଲ କୁମାର ପାଢ଼ୀ, ସଞ୍ଜୟ ମୁଣ୍ଡ, କୁନାଲ ଯୋଷୀ ସମସ୍ତେ ବୃକ୍ଷ ରୋପଣ କରିବା ସହ ଯତ୍ନ ନେବାପାଇଁ ସଂକଳ୍ପ କରିଥିଲେ l ପ୍ରକୃତି ମିତ୍ର ଶ୍ରୀ ସାହୁ ନିଜେ ତିଆରି କରିଥିବା ୫୦ ଟି ଚାରା ଅଣିଥିବାରୁ ତାଙ୍କୁ ସମସ୍ତେ ସାଧୁ ବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।