ଚନ୍ଦାହାଣ୍ଡି-4/12 (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ କଲୋନୀ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଥିଲା l ଏହି ଦିବସ ପାଳନରେ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ଶତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ l ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭେନ କୁମାର ମଣ୍ଡଳଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ପ୍ରେମଚାନ୍ଦ ସିଂ ଧୂରୁଆ, ସମ୍ମlନୀତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ପୌରସ ମାଝୀ, ଏବିଇଓ ନୀଳକଣ୍ଠ ଦାଶ, ଶିକ୍ଷକ ପଦୁଲୋଚନ ସାହୁ, ବସନ୍ତ ଧୂରୁଆ, ପ୍ରସନ ନାୟକ, ପ୍ରଦୀପ ପାଢ଼ୀ, ସିଆରସିସି ତ୍ରିପତି ଦଳେଇ, କୁମୁଦ ବାଘ, ଡିଙ୍ଗର ଜଗତ, ରାଜେଶ ଦଣ୍ଡ ସେନା,ରବୀନ୍ଦ୍ର ନାୟକ, ଅଭିରାମ ବଗର୍ତି, ବୀରବର ପଣ୍ଡା, ତିଳଚନ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ଚନ୍ଦାହାଣ୍ଡି ବ୍ଲକ ପକ୍ଷରୁ ଏକ ମାତ୍ର ଦିବ୍ୟାଙ୍ଗ ଛାତ୍ର ଟିକେଶ ସିହ୍ନl ରାଜ୍ୟ ସ୍ତରୀୟ ସୁରଭି-2022 ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ବିଇଓ ଶ୍ରୀମଣ୍ଡଳ ଉପଢୌକନ ସହ ସମ୍ମାନିତ କରିଥିବା ବେଳେ ଆଇଇଭି ତ୍ରିନାଥ ପାଣ୍ଡେ ଓ କୁରୁକ୍ଷେତ୍ର ଦାସଙ୍କୁ ମଧ୍ୟ ଉପଢୌକନ ପ୍ରଦାନ ସହ ସମ୍ମାନିତ କରିଥିଲେ l କାର୍ଯ୍ୟକ୍ରମ ଟିକୁ ବିଆରଟି ମାନସ ମଲିକ ପରିଚାଳନା କରିଥିବା ବେଳେ ସିଆରସିସି ବିଘ୍ନେଶ୍ୱର ଆଚାରୀ ଓ ସୌରୀ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷକ ଲମ୍ବୋଧର ବେଶ୍ରା, ହୃଷିକେଶ ସୁନାନୀ, ତୀରନସିଂ ମାଝୀ, କୁମୁଦ ଧୂରୁଆ,ଓ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା କଚିମ ପ୍ରମୁଖ ସହଯୋଗ କରିଥିଲେ l