ଲାଞ୍ଜିଗଡ଼,୦୫/୧୨(ମନିସ)-ରାଜ୍ୟର ହଜାର ହଜାର ଅଙ୍ଗନୱାଡ଼ି କର୍ମୀ ନିଜର ଦାବିରେ ଅଟଳ ଥିବାବେଳେ ସରକାର କିନ୍ତୁ ସେମାନଙ୍କ ଦାବି ପ୍ରତି ଆଖି ବୁଜି ଦେଇଛନ୍ତି ! ଆଜି ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କ ଆନ୍ଦୋଳନ ପନ୍ଦର ଦିନରେ ପହଞ୍ଚିଥିବାବେଳେ ରାଜ୍ୟ ବ୍ୟାପି ପ୍ରି-ସ୍କୁଲ ବ୍ୟବସ୍ଥା, ଗର୍ଭବତୀ, ପ୍ରସୂତି, ବ୍ରୁଦ୍ଧବ୍ରୁଦ୍ଧା ଓ କୋମଳମତୀ ଶିଶୁମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ଆଦି ଠପ୍ ହୋଇଯାଇଛି ! ତେବେ ଏହିପରି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ନବଜାତ, କୋମଳମତୀ ଶିଶୁଙ୍କ ସମେତ ଗର୍ଭବତୀ, ପ୍ରସୂତି ଓ ବ୍ରୁଦ୍ଧବ୍ରୁଦ୍ଧାମାନେ ଓଳିଏ ଲେଖାଏଁ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଥିବାବେଳେ ପ୍ରି-ସ୍କୁଲ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି ! ଲାଞ୍ଜିଗଡ଼ ବ୍ଲକ ଅଙ୍ଗନୱାଡ଼ି ଓ ମହିଳା ସହାୟିକାଙ୍କ ମିଳିତ ସଂଘ ପକ୍ଷରୁ ବିଶ୍ବନାଥପୁର ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଆଜି ପନ୍ଦର ଦିନରେ ପହଞ୍ଚିଥିବାବେଳେ ଏଥିଯୋଗୁଁ ବ୍ଲକର ୨୬ ଗୋଟି ପଞ୍ଚାୟତର ୨୨୨ ଗୋଟି ଅଙ୍ଗନୱାଡ଼ି ଓ ମିନି ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ଝୁଲୁଛି ! ତେବେ ଏତେ ସତ୍ତ୍ବେ କମ୍ ଦରମାରେ ଗ୍ରାମାଞ୍ଚଳରେ ସରକାରୀ ବ୍ୟବସ୍ଥା ସମ୍ଭାଳିଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କ ଦାବି ସରକାର ଆଦୌ କର୍ଣ୍ଣପାତ କରୁନଥିବାବେଳେ ଅଙ୍ଗନୱାଡ଼ି କର୍ମୀମାନେ ପନ୍ଦର ଦିନ ହେଲା ନିଜ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ! ସ୍ଥାୟୀ ନିଯୁକ୍ତି କିମ୍ବା ଦରମା ବ୍ରୁଦ୍ଧି, ଅବସର ଓ ମ୍ରୁତ୍ୟୁକାଳୀନ ସହାୟତା, ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ସହିତ ଗ୍ରୀଷ୍ମ ଅବକାଶ, ଗାଁ କଲ୍ୟାଣ ସମିତିରୁ ବାଦ୍ ଦେବା ଆଦି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସେମାନେ ! ଲାଞ୍ଜିଗଡ଼ ବ୍ଲକ ଅଙ୍ଗନୱାଡି କର୍ମୀ ସଂଘର ସଭାନେତ୍ରୀ ସୁଜାତା ଦୋରା, ସଂପାଦିକା କୁନ୍ତୀ ବିଭାର, କୋଷାଧ୍ୟକ୍ଷା ଶାନ୍ତିଲତା ମହାରଣା, ସଦସ୍ୟା ବସୁମତୀ ଦେଇ, ଚଞ୍ଚଳା ସାହୁ, ଲଳିତା ନାଏକ, ବନୀତା ନାଗ, ଦୈମତୀ ମାଝୀ, ଗୌରୀ ରାୟଙ୍କ ସମେତ ସଂଘର ସଦସ୍ୟାମାନେ ଧାରଣାରେ ବସିବା ସହିତ ସେମାନଙ୍କ ଦାବି ହାସଲ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ଏବଂ ଏଥିରେ କୌଣସି ସମସ୍ୟା ଉପୁଜିଲେ ସରକାର ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି !
previous post