ଶ୍ରୀକ୍ଷେତ୍ର ନାଗର
ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିର ଠାରେ
ରହେସେ କଳା ନାଗର
ଷାଠିଏ ପଉଟି ଭୋଗ ଖାଇ ନିତି
ଦିଶଇ କେଡେ ସୁନ୍ଦର ।
ଲୋ ମିତଣୀ
ଅଟେ ବଡ ହଟିଆ ଠାକୁର ।।
ହାତ ନାହିଁ ତାର ଗୋଡ଼ ନାହିଁ ତାର
କଳା ଅଧର ତାହାର
ମୁରୁକି ହସରେ ମୋହିନିଏ ସେ ଯେ
ରସିକ କଳା ନାଗର
ଲୋ ମିତଣୀ
ଅଟେ ସେ ରସିକସାର ।।
ଦ୍ଵାପର ଯୁଗରେ କୃଷ୍ଣ ଅବତାରେ
ଶୁଣlଇ ବଇଁଶୀ ଶୁର
ହରି ନେଉଥିଲା ମନ କୁ ଗୁପତେ
ଗୋପୀ ଓ ଗୋପାଳଙ୍କର
ଲୋ ମିତଣୀ
ଦେଖେଇ କଳା ଚାତୁର ।।
ଶିରରେ ମୟୂର ପୁଚ୍ଛ କୁ ଲଗେଇ
ନlଚୁଥାଏ କି ସୁନ୍ଦର
ତ୍ରିଭଙ୍ଗିମା ଠାଣି ମନ ନିଏ କିଣି
ଇଚ୍ଛା ହୁଏ ବାରମ୍ବାର
ଲୋ ମିତଣୀ
ଦେଖିବାକୁ ଶ୍ରୀମୁଖ ତାର ।।
ଅନସୂୟା ଦେବତା,
ଅତାବିରା ,ବରଗଡ଼