ଧର୍ମଗଡ:୭/୧୨/୨୨: ଧର୍ମଗଡ ସହର ସ୍ଥିତ ଗୋପବନ୍ଧୁ ନଗର ଠାରେ ସାର୍ବଜନୀନ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମାଣବସା ଗୁରୁବାର ଉପଲକ୍ଷେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ୧୪ ତମ ବର୍ଷ ରେ ପଦାର୍ପଣ କରିଥିବା ଏହି ସାର୍ବଜନୀନ ଲକ୍ଷ୍ମୀ ପୂଜା ରେ ପ୍ରମୋଦ କୁମାର ମୁଣ୍ଡ ପତ୍ନୀ ନମିତା ମୁଣ୍ଡ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲା ବେଳେ ଯଶୋବନ୍ତ ପୁରୋହିତ ପୂଜକ, ନିରଞ୍ଜନ ମୁଣ୍ଡ ଜପକ୍ ଓ ପ୍ରଦ୍ୟୁମ୍ନ ଅଗସ୍ତି ସ୍ବସ୍ତି ବାଚକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଗତ ସୋମବାର ଦିନ କଳସ ଯାତ୍ରା ସହ ପୂଜା ଆରମ୍ଭ ହୋଇ ଶେଷ ଗୁରୁବାର ଦିନ ପୂର୍ଣ୍ଣାହୁତି ହେବ । କମିଟି ପକ୍ଷରୁ ପ୍ରତ୍ୟହ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା ରହିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
previous post