Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଜୟ ମହାଲକ୍ଷ୍ମୀ କମଳା ଚଞ୍ଚଳା by Sunil Chandra NayakDecember 8, 2022December 8, 2022067 Share0 ଜୟ ମହାଲକ୍ଷ୍ମୀ କମଳା ଚଞ୍ଚଳା ସୁରେନ୍ଦ୍ର କୁମାର ବେହେରା ଜୟ ମହାଲକ୍ଷ୍ମୀ କମଳା ଚଞ୍ଚଳା ଆସମା,ଘରକୁ ମୋର ଶ୍ରୀୟା ମନନେଇ ରହିଛି ଅନେଇ ଦୟା ହେଉ ଟିକେ ତୋର ।0। ଘରଦ୍ୱାର ସବୁ ଗୋବରେ ଲିପିଛି ଝୋଟି ଚିତା ଅଗଣାରେ ମୁଁ ଆଙ୍କିଛି ସେର ମାଣ ଦେଇ ଖଟୁଲି ସଜେଇ ନୂତନ ବସ୍ତ୍ରରେ ଦେଇଛି ଘୋଡେଇ ଧୂପ ଦୀପ ଜାଳି ନୈବେଦ୍ୟ ବାଢ଼ିଛି ପଦ୍ମଫୁଲ ଗେଣ୍ଡୁ ହାର ଜୟ ମହାଲକ୍ଷ୍ମୀ କମଳା ଚଞ୍ଚଳା ଆସମା ,ଘରକୁ ମୋର ।1। ମାଣ ବସା ଗୁରୁବାରେ ତୋ ପରବ ଭକତିରେ ସଜେଇଛି ନାନା ଦ୍ରବ୍ୟ ପିଠାପଣା ହାତେ କରିଛି ତିଆରି ପୂଜାଅର୍ଘ୍ୟ ଘେନ କରୁଛି ଗୁହାରି ସାଗର ଦୁଲଣି ବିଷ୍ଣୁ ପାଟ ରାଣୀ ଦୁଃଖୀନୀର ଦୁଃଖ ହର ଜୟ ମହାଲକ୍ଷ୍ମୀ କମଳା ଚଞ୍ଚଳା ଆସମା,ଘରକୁ ମୋର ।2। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର