ଭବାନୀପାଟଣା ତା ୮.୧୨.୨୦୨୨:ଭବାନୀପାଟଣା ଊପଖଣ୍ଡ ନିର୍ବାଚନ ମଣ୍ଡଳୀର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ର ଦାବି ଓ ଆପତ୍ତି ଦାଖଲ କରିବାର ସମାପ୍ତ ତାରିଖ ୦୮.୧୨.୨୦୨୨ ଅବସରରେ ଉପ-ଜିଲ୍ଲାପାଳ ଡ. ବିଶ୍ଵଜିତ ଦାସଙ୍କ ଅଧ୍ୟକ୍ଷତାରେ ଜାତୀୟ ତଥା ରାଜ୍ୟ ସ୍ତରୀୟ ରାଜନୈତୀକ ଦଳ ମାନଙ୍କୁ ନେଇ ଦ୍ଵିତୀୟ ବୈଠକ ଆୟୋଜନ କରଯାଇଥିଲା । ଏହି ବୈଠକରେ ରାଜନୈତୀକ ଦଳ ଗୁଡିକର ସଭାପତି ଏବଂ ସମ୍ପାଦକ ମାନେ ଯୋଗ ଦେଇ ଦାବି ଓ ଆପତ୍ତି ସମ୍ବନ୍ଧୀୟ ଫର୍ମ ୯, ୧୦, ୧୧, ୧୧ (କ) ଓ ୧୧ (ଖ) ଗୁଡିକ ବିଷୟରେ ଆଲୋଚନା କରିବା ସହ ଉପ-ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ । ଉପ-ଜିଲ୍ଲାପାଳ ନୂତନ ପଞ୍ଜୀକରଣ , ଯୁବ ଭୋଟର ମାନଙ୍କୁ ତାଲିକା ଭୁକ୍ତ କରାଇବା ତଥା ବାଦ ପଡିଯାଇଥିବା ସମ୍ପ୍ରଦାୟଙ୍କ ନାମକୁ ଭୋଟର ତାଲିକାକୁ ଆଣିବାପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୩ ରେ ଗ୍ରହଣ କରାଯାଇଥିବା କିଛି ଅଭିନବ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଉପ-ଜିଲ୍ଲାପାଳ ଆଲୋକପାତ କରିଥିଲେ । ଏହା ବ୍ୟତିତ ଉପ-ଜିଲ୍ଲାପାଳ ରାଜନୈତୀକ ଦଳର ପ୍ରତିନିଧି ମାନଙ୍କୁ ନିଜ ନିଜ ଦଳର ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ପୁଣିଥରେ ପରାମର୍ଶ ଦେଇଥିଲେ । ବୈଠକ ରେ ବି ଜେ ଡି ର ଶ୍ରୀଚିତ୍ତ ରଞ୍ଜନ ମଣ୍ଡଳ,ଶ୍ରୀ ଭବାନୀ ଶଙ୍କର ନିଆଲ, ଶ୍ରୀ ଆଶୁତୋଷ ପୁରୋହିତ,ଜାତୀୟ କଂଗ୍ରେସ ର ବ୍ରଜ ମୋହନ ସାହୁ, ସି ପି ଆଈ ଏମ ର ଶ୍ରିଁ ନବକିଶୋର ପଟ୍ଟନାୟକ, ବି ଜେ ପି ର ପ୍ରେମନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ-ଜିଲ୍ଲାପାଳ ସଭାରେ ଉପସ୍ତିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।