ରାୟଗଡା: ମ.ନି.ସ :- ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ସମିତି କାର୍ଯ୍ଯାଳୟ ସଭାଗୃହରେ କୋଭିଡ୍ କଟକଣା କୁ ଦୃଷ୍ଟିରେ ରଖି ୭୭ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୧୧୨ ଜଣ ସରପଞ୍ଚ ପ୍ରାର୍ଥୀ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଦୁଇ ଦିନ ଧରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତଙ୍କ ସମେତ୍ ବହୁ ପ୍ରଶାସନିକ ଅଧିକାରୀ ତଥା ଏବିଡିଓ କାଲୁଚରଣ ନାୟକ, ରାୟଗଡା ତହସିଲଦାର ତାପସ ରାଉତ,ଅତିରିକ୍ତ ତହସିଲଦାର ସୁନୀଲ ଖରା,ରାୟଗଡା ବ୍ଳକ୍ ଆକାଉଣ୍ଟ ଅଫିସର ଅନିତା ପଟ୍ଟନାୟକ,ଓ ଅନ୍ଯ ଅଧିକାରୀ ମାନେ ଯୋଗଦେଇ ନିର୍ବାଚନ ଆଚରଣ ବିଧି ପ୍ରଚାର ସମୟରେ କୋଭିଡ୍ କଟକଣା ପାଳନ,ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା,ବାଲାଟ୍ କାଗଜର ରଙ୍ଗ ବିଷୟରେ ଅବଗତ କରାଇଥିଲେ। ପଦଯାତ୍ରା,ରାଲି,ସଭା ସମିତି ପରିବର୍ତ୍ତେ ପ୍ରାର୍ଥୀ ପାଞ୍ଚ ଜଣ ଲୋକଙ୍କୁ ନେଇ ଘର ଘର ବୁଲି ପ୍ରଚାର କରିବା,ଏବଂ ସୋସିଆଲ ମେଡିଆ ମାଧ୍ୟମରେ ପ୍ରଚାର କରିବା ପାଇଁ ଅବଗତ କରାଇଥିଲେ। ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ଯ ପ୍ରାର୍ଥୀ ସର୍ବାଧିକ ଦୁଇଗୋଟି ଚାରି ଚକିଆ,୫ଟି ଦୁଇ ଚକିଆ ଯାନ ବ୍ଯବହାର ପାଇଁ ଅନୁମତି ନେବାକୁ ଅବଗତ କରାଇଥିଲେ।ନିର୍ବାଚନ ର ୩୨ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବା ଭୋଟ ଗଣତି କେନ୍ଦ୍ର ଓ ଭୋଟ ଗଣତି ନିମନ୍ତେ ପୁଣି ଏଜେଣ୍ଟ ନିଯୁକ୍ତି ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଫର୍ମ ଦାଖଲ କରିବାକୁ ଅବଗତ କରାଇଥିଲେ।ସର୍ବଶେଷରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଭାବରେ ସମ୍ପର୍ଣ୍ଣ କରିବା ନିମନ୍ତେ ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତ୍ ସମସ୍ତ ପ୍ରାର୍ଥୀଙ୍କ ସହଯୋଗ କାମନା କରିଥିଲେ। ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ
previous post