କାମାକ୍ଷାନଗର (ମ ନି ସ)ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟ ଙ୍କ ଅନୁରୋଧ କ୍ରମେ ଆଜି ହାଇଟେକ ମେଡିକାଲ କଲେଜର ଏକ ଶାଖା କାମାକ୍ଷାନଗରରେ ସ୍ଥାପନ ପାଇଁ ଶ୍ରୀଯୁକ୍ତ ସୁରେଶ କୁମାର ପାଣିଗ୍ରାହୀ (ମ୍ୟାନେଜର ଏଵଂ ଡାଇରେକ୍ଟ ହାଇଟେକ୍), ଶ୍ରୀଯୁକ୍ତ ଏ.କେ ମିଶ୍ର (ଉପଦେଷ୍ଟା ହାଇଟେକ୍) , ଡାକ୍ତର ସୁବାଷ ନାୟକ (ଭାଇସ୍ ପ୍ରିନିସିପାଲ୍ ହାଇଟେକ୍), ଡାକ୍ତର ଅଭିତୋଷ ଦେଵତା ଆଜି ଅଞ୍ଚଳର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ସ୍ଥାନ ନିରୂପଣ କରିଥିଲେ । ଉକ୍ତ ଅଧିକାରୀ ମାନଙ୍କ ସହ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟ , ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ, ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ସାହୁ ମହୋଦୟ ଉପସ୍ଥିତ ଥିଲେ ।
କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍